Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬୪ କରୋନା ପଜିଟିଭ – ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬୪ କରୋନା ପଜିଟିଭ – ପ୍ରବାସୀଙ୍କୁ ନେଇ ଚିନ୍ତା ବଢୁଛି

26

କେନ୍ଦ୍ରାପଡ଼ା, ୨୭ା୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୬୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥି ମଧ୍ୟରୁ ଆଳି ବ୍ଲକରେ ୬ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଗରଦପୁର ବ୍ଲକରେ ୨, କେନ୍ଦ୍ରାପଡା ବ୍ଲକରେ ୧୧ଟି, ମହାକାଳପଡା ବ୍ଲକରେ ୫, ମାର୍ଶାଘାଇ ବ୍ଲକରେ ୯, ପଟ୍ଟାମୁଣ୍ଡାଇ ବ୍ଲକରେ ୧୪, ରାଜକନିକା ବ୍ଲକରେ ୫, ରାଜନଗର ବ୍ଲକରେ ୯ ଓ କେନ୍ଦ୍ରାପଡା ପୈାରାଞ୍ଚଳରେ ୩ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି। ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି। ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବାକୁ ନେଇ ଚିନ୍ତା ବଢାଇ ଦେଇଛି। ଜିଲ୍ଲାର ଅନେକ ସ୍ଥାନରେ ପ୍ରବାସୀମାନେ ଫେରିବା ପରେ ସଙ୍ଗରୋଧରେ ନରହି ଘରକୁ ଚାଲିଯାଉଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.