Home ଓଡ଼ିଶା କୃଷକ ସଭା ତରଫରୁ ନୂଆ କୃଷି ଆଇନ୍ କୁ ରଣପୁର ବ୍ଲକ ରେ ବିରୋଧ

କୃଷକ ସଭା ତରଫରୁ ନୂଆ କୃଷି ଆଇନ୍ କୁ ରଣପୁର ବ୍ଲକ ରେ ବିରୋଧ

41

ନୟାଗଡ/୧୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା କୃଷକ ସଭା ଡାକରାରେ ରଣପୁର ବ୍ଲକ କୃଷକ ସଭା କମିଟି ତରଫରୁ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ କୁ ବିରୋଧ କରାଯାଇଥିବା ଜଣାପଡିଛି । ବ୍ଲକ ସଭାପତି ରଜତ୍ କୁମାର ଜେନା , ସମ୍ପାଦକ ଗଦାଧର ପ୍ରଧାନ ଙ୍କ ନେତୃତ୍ୱରେ ହରିଶ୍ଚନ୍ଦ୍ର ମିଶ୍ର , ଶୁଶିଲ୍ ମହାନ୍ତି , ନିତ୍ୟାନନ୍ଦ ପରିଡା , ସୁରେଶ ଚନ୍ଦ୍ର ସ୍ୱାଇଁ ଆଦି ବହୁ କୃଷକ ରଣପୁର ବ୍ଲକ ଅଫିସ୍ ଆଗରେ ଧାରଣା ଦେଇଥିଲେ । ୮ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମହାମହିମ ଭାରତର ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ରଣପୁର ବିଡିଓ ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ ।

୮ଦଫା ଦାବି ମଧ୍ୟରେ ରହିଛି କୃଷିଜାତ ସାମଗ୍ରୀର ବିପଣନ ଓ କାରବାର ଆଇନ୍ ୨୦୨୦କୁ ରଦ୍ଦ୍ କରିବା , ସରକାରୀ ମଣ୍ଡି ବ୍ୟବସ୍ଥା କୁ ଉଚ୍ଛେଦ କରି ଘରୋଇ ମଣ୍ଡି ବ୍ୟବସ୍ଥା କରିବା , କୃଷକ (ସଶକ୍ତି କରଣ ଓ ସୁରକ୍ଷା ) ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଆଇନ୍ କୁ ରଦ୍ଦ୍ କରିବା , ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନ୍ କୁ ରଦ୍ଦ୍ କରିବା , ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ କୁ ରଦ୍ଦ୍ କରିବା , ଏମ୍‌.ଏସ୍‌. ଶ୍ୟାମିନାଥନ୍ ଜାତୀୟ କୃଷକ କମିଶନ୍ ସୁପାରିଶ କୁ କାର୍ଯ୍ୟକାରୀ କରିବା , ଓଡିଶା ରାଜ୍ୟ କ୍ୟାବିନେଟ୍ ରେ ପାରିତ କୃଷକ ବିରୋଧି କୃଷି ସର୍ମ୍ପକୀୟ ଅଧ୍ୟାଦେଶ ଆଣିବା ପ୍ରସ୍ତାବକୁ ପତ୍ୟାହାର କରିବା , କୃଷକଙ୍କୁ ଧାନ କ୍ୟୁଣ୍ଟାଲ୍ ପିଛା ସର୍ବନିମ୍ନ ମୂଲ୍ୟ ୩ହଜାର ଟଙ୍କା ପ୍ରଦାନ କରିବା ସହ କେନ୍ଦ୍ର ସରକାର ମୂଲ୍ୟ ନିର୍ଦ୍ଧାରଣ କଲା ପର୍ଯ୍ୟନ୍ତ ଓଡିଶା ସରକାର କୃଷକଙ୍କୁ କ୍ୟୁଣ୍ଟାଲ୍ ପିଛା ୧ହଜାର ଟଙ୍କା ବୋନସ୍ ପ୍ରଦାନ କରିବା ଏବଂ ଧାନ କିଣା ସମୟରେ କୃଷକ ମାନଙ୍କ ପ୍ରଦତ ଧାନରୁ କଟଣି ଓ ଛଟଣି ବନ୍ଦ କରିବା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.