Home ଆନ୍ତର୍ଜାତୀୟ ଏୟାରପୋର୍ଟ ଯିବା ପାଇଁ ଖୋଜୁଥିଲେ ଉବର କ୍ୟାବ, କିନ୍ତୁ ଅପ୍ସନରେ ଆସିଲା ଶସ୍ତା ହେଲିକ୍ୟାପ୍ଟର ରାଇଡ୍

ଏୟାରପୋର୍ଟ ଯିବା ପାଇଁ ଖୋଜୁଥିଲେ ଉବର କ୍ୟାବ, କିନ୍ତୁ ଅପ୍ସନରେ ଆସିଲା ଶସ୍ତା ହେଲିକ୍ୟାପ୍ଟର ରାଇଡ୍

487

ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଅନଲାଇନ କ୍ୟାବ୍ ସର୍ଭିସ, ଆଜିର ଦିନରେ ସମସ୍ତଙ୍କର ଯାତ୍ରାକୁ ସରଳ ଏବଂ ସୁଖମୟ କରିଦେଇଛି। ଲୋକମାନଙ୍କର ଯାତ୍ରାକୁ ସହଜ ସହ ବେଳେ ବେଳେ ଲୋକମାନଙ୍କୁ ଅସୁବିଧାର କାରଣ ମଧ୍ୟ ବନିଯାଉଛି। କ୍ୟାବ୍ ସର୍ଭିସ ସମୟ ଏବଂ ଜାମକୁ ହିସାବ କରି ନିଜର ରେଟ ସ୍ଥିର କରିଥାଏ। କିନ୍ତୁ ଭାବନ୍ତୁ ଯଦି କ୍ୟାବ୍ ସର୍ଭିସ ଠାରୁ ଶସ୍ତା ହୁଏ ହେଲିକ୍ୟାପ୍ଟର ସର୍ଭିସ ତେବେ ଆପଣ କ’ଣ କହିବେ। ଏମିତି ହିଁ କିଛି ନ୍ୟୁୟର୍କର ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଉବର ଆପରେ କାର ବୁକ କରୁଥିଲେ, କିନ୍ତୁ ଅପ୍ସନରେ ଆସିଲା ସବୁଠାରୁ ଶସ୍ତା ପ୍ଲାନ ହେଲିକ୍ୟାପ୍ଟର ରାଇଡ୍।

ଫ୍ରି ପ୍ରେସ ଜର୍ନାଲ ମୁତାବକ, ନିକାଲେ ନାମକ ଜଣେ ମହିଳା ନିଜ ଘରୁ ଜନ ଏଫ କେନେଡି ଏୟାରପୋର୍ଟ ଯିବା ପାଇଁ ଉବର ବୁକ କରୁଥିଲେ। ଯେତେବେଳେ ସେ ଉବର ବୁକ କରିନ୍ତି ସେତେବେଳେ ତାଙ୍କୁ ଦିଖାଗଲା କି ଯଦି ସେ ଉବର ଏକ୍ସ ନେବେ, ତେବେ ତାଙ୍କୁ ୧୨୬.୮୪ ଡଲାର ଦେବାକୁ ପଡ଼ିବ। ଯଦି ସେ କ୍ୟାବ୍ ପୁଲ କରନ୍ତି ତେବେ ତାଙ୍କୁ ୧୦୨.୫୬ ଡଲାର ଦେବାକୁ ପଡ଼ିବ। ତାଙ୍କୁ ତୃତୀୟ ଅପସନ ହେଲିକ୍ୟାପ୍ଟର ମଧ୍ୟ ଦେଖାଗଲା। ଏଥିପାଇଁ ତାଙ୍କୁ କେବଲ ୧୦୧.୩୯ ଡଲାର ହିଁ ଖର୍ଚ୍ଚ କରିବାକୁ ପଡ଼ିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.