Home ଓଡ଼ିଶା ରଣପୁର ତହସିଲ କୋଇଲମା ମୈାଜା ରେ କାର୍ଯ୍ୟାଦେଶ ନ ଥାଇ ଚାଲିଛି  ଖଣି

ରଣପୁର ତହସିଲ କୋଇଲମା ମୈାଜା ରେ କାର୍ଯ୍ୟାଦେଶ ନ ଥାଇ ଚାଲିଛି  ଖଣି

42

ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ ଲୋଧାଚୁଆ ରାଜସ୍ୱ ନିରୀକ୍ଷକ ଙ୍କ ଅଧିନ କୋଇଲମା ମୈାଜା ରେ ୪ ଗୋଟି କଳା ମୁଗୁନି ପଥର ଖଣି ନିଲାମ ହୋଇ ପଥର ଫୁଟା କାର୍ଯ୍ୟ ଚାଲିଥିଲା । କିନ୍ତୁ ୨ ଗୋଟି ପଥର ଖଣି ର କାର୍ଯ୍ୟଦେଶ ଅବଧି ସରିଯାଇଥିଲେ ମଧ୍ୟ ମନଇଚ୍ଛା  ଏବେ ପଥର ଫୁଟା କାର୍ଯ୍ୟ ଚାଲିଥିବାର ଅଭିଯୋଗ ହେଉଅଛି । ଯାହାକୁ ନେଇ ଲୋଧାଚୁଆ ରାଜସ୍ୱ ନିରୀକ୍ଷକ ଶୁଶାନ୍ତ ସେଠୀ ଗତ ମେ ୧୮ ତାରିଖରେ ରଣପୁର ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଏ ସଂର୍ପକେ ଲୋଧାଚୁଆ ରାଜସ୍ୱ ନିରୀକ୍ଷକ ଶୁଶାନ୍ତ ସେଠୀ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ  କୋଇଲମା ମୈାଜା ରେ ଚାଲିଥିବା ୪ ଗୋଟି ଖଣି ମଧ୍ୟରୁ ୨ ଗୋଟି ଖଣି ର କାଯ୍ୟାଦେଶ ଅବଧି ସରିଯାଇଅଛି । ଗତ ଅପ୍ରଲେ୍ ୨୫ ତାରିଖରୁ ଲିଙ୍ଗରାଜ ପ୍ରଧାନଙ୍କୁ ଦିଆଯାଇଥିବା ଖଣି ଖନନ କାର୍ଯ୍ୟାଦେଶ ଅବଧି ସରିଯାଇଅଛି । ସେଇଭଳି ଭାବରେ ମେ ୧୩ ତାରିଖରେ ତ୍ରିଲୋଚନ ସ୍ୱାଇଁଙ୍କ ନାମରେ ଥିବା ଖଣି ର ଖନନ କାର୍ଯ୍ୟାଦେଶ ଅବଧି ମଧ୍ୟ ଶେଷ ହୋଇଯାଇଅଛି । ଆମ୍ଭେ ସରଜମିନ ତଦନ୍ତ ପାଇଁ ଖଣିକୁ ଯାଇଥିଲୁ । କାହାକୁ ଦେଖା ପାଇଲୁ ନାହିଁ । ତେଣୁ ରଣପୁର ତହସିଲଦାରଙ୍କୁ ଲିଖିତ ଭାବେ ଅବଗତି କରାଇଅଛୁ । ସେ ଯାହା ନିଷ୍ପତି ନେବେ । ଅପର ପକ୍ଷେ କାର୍ଯ୍ୟାଦେଶ ଅବଧି ଶେଷ ହୋଥିଲେ ମଧ୍ୟ ପଥର ଖନନ ହୋଇ ଚାଲାଣ ହେବା ଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ଅଭିଯୋଗ ହେଉଅଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.