Home କୋରାପୁଟ କୋରାପୁଟ ମଶାଣୀରେ ପଡିଥିବା ପିପିଇ କିଟଗୁଡିକୁ ପୋଡି ନଷ୍ଟ କରିବାକୁ ଦାବି

କୋରାପୁଟ ମଶାଣୀରେ ପଡିଥିବା ପିପିଇ କିଟଗୁଡିକୁ ପୋଡି ନଷ୍ଟ କରିବାକୁ ଦାବି

93

କୋରାପୁଟ ୦୨-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କୋଭିଡ ହସପିଟାଲରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କୁ ସହରର ପୁରୁଣା ମଶାଣୀରେ କୋଭିଡ ନିୟମାନୁସାରେ ଅନ୍ତିମ ସଂସ୍କାର କରାଯାଉଛି ।କାର୍ଯ୍ୟସରିବା ପରେ ମୃତବ୍ୟକ୍ତିଙ୍କ ସଂପର୍କିୟମାନେ  ବ୍ୟବହୃତ ପିପିଇ କିଟ ଓ ମୃତବ୍ୟକ୍ତିଙ୍କ ବସ୍ତ୍ର ମଶାଣୀରେ ପକେଇଥିବା ଆଇନଜୀବୀ ଅଶ୍ୱିନୀ କୁମାର ପଟନାୟକ ସୂଚନା ଦେଇଛନ୍ତି ।ପ୍ରାତଃଭ୍ରମଣରେ ଯାଉଥିବା ବ୍ୟକ୍ତିମାନେ ଏହିସବୁ ପ୍ରତ୍ୟେକ ଦିନ ଦେଖୁଥିବା ସେ ପ୍ରକାଶ କରିଛନ୍ତି ।ଏହି ବାଟଦେଇ ଅସଂଖ୍ୟ ଲୋକ ଯିବା ଆସିବା କରୁଥିବାରୁ ପିପିଇକିଟ ପଡିବା ଦ୍ୱାରା ସଂକ୍ରମଣ ଭୟ ରହୁଥିବା ସେ ସୂଚନା ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତୁରନ୍ତ ପିପିଇକିଟ ଓ ବସ୍ତ୍ରଗୁଡିକୁ ପୋଡିନଷ୍ଟ କରିଦେବାକୁ ସେ ଦାବି କରିଛନ୍ତି ।ଅନ୍ତିମସଂସ୍କାର ପରେ ପରେ ମଶାଣୀକୁ ପରିଷ୍କାର କରିବାକୁ  ମଧ୍ୟ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.