Home ଓଡ଼ିଶା ବ୍ରଜରାଜପୁର ପଂଚାୟତ ସାରା ସଫେଇ ବ୍ୟବସ୍ଥା

ବ୍ରଜରାଜପୁର ପଂଚାୟତ ସାରା ସଫେଇ ବ୍ୟବସ୍ଥା

47

ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର  ବ୍ରଜରାଜପୁର ଗ୍ରାମପଂଚାୟତ ଏକ ସଚେତନଶୀଳ ପଂଚାୟତ ଭାବେ ପରିଚିତ । କରୋନା ଦ୍ୱିତୀୟ ଲହର ତୃତୀୟ ପାଳି ତାଲା ବନ୍ଦ ସମୟରେ ସମାଜସେବୀ ଇଂ.ଦେବାଶିଷ ପଟ୍ଟନାୟକ ଙ୍କ ଉଦ୍ୟମରେ ବ୍ରଜରାଜପୁର ପଂଚାୟତ ର ୨୦ଟି ୱାର୍ଡ କୁ ଜୁନ୍ ୨ ତାରିଖରେ ସଫେଇ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

୨୦ଟି ୱାର୍ଡ ହେଲା ଚମ୍ପତିପୁର, ଗୋଳାପୋଖରୀ, ଶ୍ୟାମଘନପୁର,ବାଙ୍କପୁରଚନ୍ଦ୍ରମାଦେଇପୁର ହିଞଳଗାଡିଆ,ବ୍ରଜରାଜପୁର,ଲତାର,କୁଞବନ,ବାମଡା ଓ ଇଚ୍ଛାପୁର । ସ୍ଥାନୀୟ ସମାଜସେବୀ ମାନେ ୬ ଗୋଟି ଦଳ ହୋଇ ହାତରେ ସଫେଇ ଯନ୍ତ୍ର ଧରି ଗାଁ ଗାଁ ବୁଲି କରୋନା ମହାମାରୀରୁ ରକ୍ଷା କରିବା ପାଇଁ ସଫେଇ କରିବା ସହ ମୁହଁରେ ମୁଖା ପିନ୍ଧିବା ପାଇଁ ମୁଖା ବଣ୍ଟନ କରିଥିଲେ । ଏହି ପଂଚାୟତ ର କେତେକ ଗାଁରେ ଜଣେ ୨ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ କେବଳ ଚନ୍ଦ୍ରମାଦେଇପୁର ଗ୍ରାମରେ ଅଧିକ ସଂକ୍ରମଣ ଯୋଗୁଁ କ୍ଷୁଦ୍ର ନିଷିଦ୍ଧାଚଂଳ ଘୋଷଣା ହୋଇଥିଲା । ଏବେ କରୋନା ସଂକ୍ରମଣ ବ୍ରଜରାଜପୁର ଗ୍ରାମପଂଚାୟତରେ କମିଯାଇଥିବା ଜଣାପଡିଛି । ଅପରାହ୍ନ ରେ  ସମାଜସେବୀମାନେ କୁଞବନ ଆଦିବାସୀ ସାହି, ହିଞଳଗାଡିଆ ଆଦିବାସୀ ସାହି, ବ୍ରଜରାଜପୁର ଓ ଲତାର ହରିଜନ ସାହିରେ ରୋଷେଇ ସାମଗ୍ରୀ ବଣ୍ଟନ କରିଥିଲେ । ସମାଜସେବୀ ମାନଙ୍କର ଏହିଭଳି କାର୍ଯ୍ୟକୁ ପଂଚାତୟବାସୀ ସାଦୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.