Home ଓଡ଼ିଶା ରଣପୁର ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ପହଂଚିଲା ବନବିଭାଗ କାର୍ଯ୍ୟାଳୟ  ରେ

ରଣପୁର ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ପହଂଚିଲା ବନବିଭାଗ କାର୍ଯ୍ୟାଳୟ  ରେ

98

ନୟାଗଡ/୧୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବୀ କରାଯାଉଥିବା ରଣପୁର ଜଗନ୍ନାଥ ମନ୍ଦିର ରୁ ବନାଂଚଳ କାର୍ଯ୍ୟାଳୟରେ ଆଜ୍ଞାମାଳ ପହଂଚିଥିବା ଜଣାପଡିଛି । ପ୍ରତିବର୍ଷ ସରସ୍ୱତୀ ପୂଜା ଅବସର ରେ ଆଜ୍ଞାମାଳ ବନାଂଚଳ କାର୍ଯ୍ୟାଳୟ କୁ ଯାଇଥାଏ । ଆଜ୍ଞାମାଳ ପାଇଲା ପରେ ବନାଂଚଳ ଅଧିକାରୀ ରଣପୁର ରଥଯାତ୍ରା ରଥ ନିର୍ମାଣ ପାଇଁ ଜଙ୍ଗଲ ରୁ କାଠ ଆଣିବା ପାଇଁ ସହଯୋଗ କରିଥାନ୍ତି ।

ଅକ୍ଷୟ ତୃତୀୟା ଦିନ ରଥ କାଠ ଅନୁକୂଳ କରାଯାଇଥାଏ । ତଦ ଅନୁଯାଇ ସରସ୍ୱତୀ ପୂଜା ଅବସର ରେ ବିଧିବିଧାନ ନିତିକାନ୍ତି ଅନୁସାରେ ରଣପୁର ଜଗନ୍ନାଥ ମନ୍ଦିର ର ପଣ୍ଡା  ପଢିଆରି ଓ ପତ୍ରୀ ସେବାୟତ ଙ୍କୁ ସାଙ୍ଗରେ ନେଇ ମନ୍ଦିର ମ୍ୟାନେଜର ରମେଶ କୁମାର ପ୍ରଧାନ ରଣପୁର ବନାଂଚଳ କାର୍ଯ୍ୟାଳୟରେ ପହଂଚିଥିଲେ । ମନ୍ଦିର ବିଧିବିଧାନ ଅନୁଯାଇ ରଣପୁର ବନପାଳ ଶରତ ଚନ୍ଦ୍ର ଶତପଥିଙ୍କୁ ବରଣ କରିବା ପରେ  ପ୍ରଭୁ ଜଗନ୍ନାଥ ଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଏ ସର୍ମ୍ପକେ ରଣପୁର ବନାଂଚଳ ଅଧିକାରୀ ଶରତ  ଚନ୍ଦ୍ର ଶତପଥିଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଆଜ୍ଞାମାଳ ଆସିବା ପରେ ପ୍ରଭୁ ସ୍ୱୟଂ କାର୍ଯ୍ୟାଳୟ କୁ ବିଜେ କରିଥିବା ଅନୁଭବ ହେଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.