Home ଓଡ଼ିଶା ରଣପୁର ଏନ୍ ଏ ସି କାନ୍ଥ ବାଡରେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ

ରଣପୁର ଏନ୍ ଏ ସି କାନ୍ଥ ବାଡରେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ

86

ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ କୁ ନେଇ ପ୍ରଚାର ପ୍ରସାର ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ । ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କୁ ୬ ବର୍ଷ ପୁରଣ ହୋଇ ୭ ବର୍ଷ ଚାଲିଲାଣି । ରଣପୁର ଅଂଚଳ ର ସମସ୍ତ ସରକାରୀ କାନ୍ଥ ବାଡରେ ତୈଳ ଚିତ୍ର ମାଧ୍ୟମ ରେ ସଚତେନ ବାର୍ତ୍ତା ପ୍ରଦାନ କରାଯାଇଅଛି । ତାହାର ଏକ ନମୁନା ଦେଖିବାକୁ ମିଳିଛି ରଣପୁର ସବ୍ ରେଜିଷ୍ଟର ଅଫିସ ପ୍ରାଚୀର ସାମ୍ନାରେ । ଲେଖା ଅଛି ପରିଶ୍ରା କଲେ ୧୦୦ ଟଙ୍କା ଓ ଝାଡା ଫେରିଲେ ୨୦୦ ଟଙ୍କା ଜୋରିମାନା କିନ୍ତୁ ରଣପୁର ସବ୍ ରେଜିଷ୍ଟର ଅଫିସ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଓ ରଣପୁର ଥାନା କୁ ପ୍ରତିଦିନ କାର୍ଯ୍ୟ ରେ ହଜାର ହଜାର ଲୋକ ଆସିଥାନ୍ତି ।

ସେମାନଙ୍କର ପରିଶ୍ରା ଓ ଝାଡା ପାଇଁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଝାଡା ଓ ପରିଶ୍ରା କରିବା ପାଇଁ କୈଣସି ବ୍ୟବସ୍ତା ହୋଇନଥିବା ବେଳେ ଏହିଭଳି ଜୋରିମାନା ଲେଖାହେବା ଘଟଣା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକମାନେ ଫଳକ ଲେଖାଥିବା ଜାଗାରେ ହିଁ ଝାଡା ପରିଶ୍ରା କରୁଥିବା ଦେଖିବାକୁ ମିଳୁଛି । ସଚେତନ ବାର୍ତ୍ତା କେବଳ ଲେଖା ରେ ରହିଯାଇଛି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶିଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ଯେ ସବ୍ ରେଜିଷ୍ଟର ଅଫିସ ନିକଟରେ ଏକ ଶୈାଚାଳୟ ନିର୍ମାଣ ପାଇଁ ଅଟକଳ ଚାଲିଅଛି । ୧୫ ଦିନ ପରେ ଟେଣ୍ଡର କରାଯାଇ ଶୈାଚାଳୟ ନିର୍ମାଣ କାର୍ଯ୍ୟ କାରଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.