Home ଓଡ଼ିଶା ପରୀ ନ୍ୟାୟ ପଦଯାତ୍ରା କୁ ସ୍ୱାଗତ କଲେ ଭାଜପା ର ସୁରମା ପାଢୀ

ପରୀ ନ୍ୟାୟ ପଦଯାତ୍ରା କୁ ସ୍ୱାଗତ କଲେ ଭାଜପା ର ସୁରମା ପାଢୀ

98

ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ପରୀ କୁ ନ୍ୟାୟ ଦାବୀ ନେଇ ଭୂବନେଶ୍ୱର ରୁ ନୟାଗଡ ଯଦୁପୁର କୁ ବାହରିଥିବା ପଦଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି । ଏହି ଚତୁର୍ଥ ଦିନର ପଦଯାତ୍ରା ରଣପୁର ନିର୍ବାଚନ ମଣ୍ଡଳୀର ବିନୋଦପଡା ଛକରେ ପହଞ୍ଚି ଥିଲା । ଏହି ପଦଯାତ୍ରା ରେ ଭାରତୀୟ ଜନତା ପାର୍ଟିର ଓଡିଶା ପ୍ରବକ୍ତା ଯତୀନ୍ ମହାନ୍ତି, ରିଷଭ ନନ୍ଧ, ନବରଙ୍ଗପୁର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟ ପଦଚାରୀ ମାନଙ୍କୁ ରଣପୁର ର ଭାଜପା ଦଳର ପୁର୍ବତନ ବିଧାୟିକା ତଥା ପୁର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ଭାଜପାର ଜିଲ୍ଲା ଉପ ସଭାପତି ପରେଶ ମିଶ୍ର ,ରାଜସୁନାଖଳା ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ଗୋପାଳପୁର ମଣ୍ଡଳ ସଭାପତି ନିର୍ମଳ କୁମାର ମତଗଜସିଂ, ଯୁବନେତା ତ୍ରିନାଥ ରାଉତ ,ରାଜ କିଶୋର ପାଇକରାୟ ,ଭାଜପା ମହିଳା ମୋର୍ଚ୍ଚା ସଭାପତି ଅନୁସୁୟା ପ୍ରଧାନ ଓ ଭୁବନେଶ୍ୱରୀ ସାହୁ ସମେତ ଶତାଧିକ କର୍ମୀ ସ୍ୱାଗତ କରିଥିଲେ ।

ପରୀ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପରେ ବଧିପାଟଣା ଗ୍ରାମର ଶିଶୁକନ୍ୟା ହରପ୍ରିୟା ଓରଫ୍ ସ୍ୱାତୀ ମୃତ୍ୟୁର ତଦନ୍ତ ଠିକ୍ ଭାବରେ ଚାଲୁ ନାହିଁ ବୋଲି ତାର ବାପା ସଂଜୟ ସାହୁ ଓ ମାତା ସାବିତ୍ରୀ ସାହୁ ଅଭିଯୋଗ କରି ରାଜ୍ୟ ସଭାପତିଙ୍କ ଉଦେଶ୍ୟ ରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଅଭିଯୋଗ ପତ୍ର ଟି ନବରଙ୍ଗପୁର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଗ୍ରହଣ କରିଥିଲେ । ଅଭିଯୋଗ ରେ ଦର୍ଶାଯାଇଛି ଯେ ସ୍ୱାତୀ ମୃତ୍ୟୁ ର ପୋଷ୍ଟମର୍ଟମ ରିର୍ପୋଟ ତାଙ୍କୁ ଏଯାଏଁ ପ୍ରଦାନ କରାଯାଇ ନାହିଁ । କୁହାଯାଉଛି ଯେ ଦିଲ୍ଲୀ ପଠାଯାଇଅଛି  । ଦିଲ୍ଲୀ ରୁ ରିର୍ପୋଟ ଆସିଲେ ପ୍ରଦାନ କରାଯିବ । ଉଚିତ୍ ତଦନ୍ତ କରାଯିବା ପାଇଁ ସହଯୋଗ ଆଶା ରେ ନିବେଦନ କରିଛନ୍ତି । ଏହି ପଦଯାତ୍ରା ରଣପୁର ନିର୍ବାଚନ ମଣ୍ଡଳୀ ଅତିକ୍ରମ କରି ବୋଲଗଡରେ ପହଞ୍ଚି ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.