Home ଓଡ଼ିଶା ରଣପୁର ଅବକାରୀ ଥାନା ଦ୍ୱାରା ଦୁଇ ଗିରଫ

ରଣପୁର ଅବକାରୀ ଥାନା ଦ୍ୱାରା ଦୁଇ ଗିରଫ

53

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୮- ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳ ରେ ଚୋରା ହାତ ତିଆରି ରାନ୍ଧା ଦେଶୀ ମଦ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ରଣପୁର ଥାନା ଅବକାରୀ ଉପ ନୀରିକ୍ଷକ ଭାବେ ଶୁଶାନ୍ତ କୁମାର ମହାପାତ୍ର କାର୍ଯ୍ୟଭାର ଗ୍ରହଣ କଲା ପରେ ଅବକାରୀ ଚଢାଉ କୁ ବ୍ୟାପକ କରିଥିବା ଜଣାପଡିଛି । ଅଗଷ୍ଟ ୧ ତାରିଖ ଅପରାହ୍ନ ରେ ଚଢାଉ କରି ଦେଶୀ ହାତରନ୍ଧା ମଦ କାରବାର ଅଭିଯୋଗ ରେ ୨ ଜଣଙ୍କୁ  ଗିରଫ କରିଥିବା ଜଣାପଡିଛି । ଚାନ୍ଦପୁର ଥାନା ବଳରାମପୁର ଗ୍ରାମରେ ଚଡାଉ କରି ୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ଭୀମ ପରିଡା (୫୯) କୁ ଗିରଫ କରିଥିବା ଜଣାପଡିଛି ।

ବଳରାମପୁର ଚଢାଉ ସମୟରେ ୧୨ ଶହ ଲିଟର ଦେଶୀ ମଦ ପୋଚ କୁ ନଷ୍ଟ କରିଥିବା ଜଣାପଡିଛି । ସେହିଭଳି ଭାବରେ ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରୀ ଗ୍ରାମର ଯୋଗୀ ରାଉତ ଙ୍କ ପୁଅ ଲୋକନାଥ ରାଉତ (୩୧) ଙ୍କ ଠାରୁ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିବା ବେଳେ ତାକୁ ଗିରଫ କରିଥିବା ଜଣାପଡିଛି । ସେ ନିଜ ଘର ଭିତରେ ମଦ ରାନ୍ଧୁଥିବା ଅଭିଯୋଗ ହୋଇଥିଲା । ଏହି ଚଢାଉ ରେ ଉପ ନିରୀକ୍ଷକ ଙ୍କ ସହ ଅତିରିକ୍ତ ଉପ ନିରୀକ୍ଷକ ଲିଙ୍ଗରାଜ ମହାପାତ୍ର ସୁବାଷ ଚନ୍ଦ୍ର ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.