Home ଓଡ଼ିଶା ମହିଳା ଙ୍କ ଉଲଗ୍ନ ଫଟୋ ଭାଇରାଲ୍ କୁ ନେଇ ରଣପୁର ଥାନା ରେ ଅଭିଯୋଗ

ମହିଳା ଙ୍କ ଉଲଗ୍ନ ଫଟୋ ଭାଇରାଲ୍ କୁ ନେଇ ରଣପୁର ଥାନା ରେ ଅଭିଯୋଗ

274

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୮- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ରେ ଏକ ବିବାହିତା ମହିଳା ଙ୍କ ଉଲଗ୍ନ ଫଟୋ ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ ହେବା ଓ ଭାଇରାଲ୍ କରିଥିବା ଯୁବକ ସାମାଜିକ ଗଣମାଧ୍ୟମ ରେ ନିଜେ ଆତ୍ମହତ୍ୟା କରିବା କୁ ସୂଚନା ଦେଇଥିବା ଘଟଣା ୩ ଦିନ ହେଲା ଚର୍ଚ୍ଚାର ବିଷୟ ପାଲଟିଥିଲା । ଭାଇରାଲ୍ କରିଥିବା ଯୁବକ ଜଣଙ୍କ ନାମ ରେ ଗତ ଜୁଲାଇ ୩୧ ତାରିଖ ରାତ୍ର ରେ ଜଣେ ବିବାହିତା ମହିଳା ରଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ସର୍ମ୍ପକ ରେ ଏତଲା ହୋଇଥିବା କଥା କୁ ପୋଲିସ ସ୍ୱୀକାର କରିଥିଲେ ମଧ୍ୟ ତଦନ୍ତ ଚାଲୁଥିବାରୁ  ଅଧିକ ତଥ୍ୟ ଦେବାକୁ ମନା କରିଛି ।

ଅପରପକ୍ଷେ ଏଭଳି ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହିଥିବା ଯୁବକ ହେଉଛନ୍ତି ଦିଲ୍ଲୀପ କୁମାର ମହାନ୍ତି । ସେ ନୟାଗଡ ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସର୍ମ୍ପାଦକ ଥିଲେ । ତାଙ୍କ ଫେସବୁକ୍ ରୁ ଏଭଳି ଅସାମାଜିକ କାର୍ଯ୍ୟ ଭାଇରାଲ୍ ହୋଇଥିବା ଜାଣି ନୟାଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ନୀଳମାଧବ ପଣ୍ଡା ତାଙ୍କୁ ଦଳୀୟ ପଦ ରୁ ବହିସ୍କୃତ କରିଥିବା ଜଣାପଡିଛି । ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଏବେବି ଫେରାର ଥିବା ଜଣାପଡିଛି । ଘଟଣାଟି ସାମାଜିକ ଗଣମାଧ୍ୟମ ରେ ବେସ୍ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.