Home ଓଡ଼ିଶା ରଣପୁର ଅବକାରୀ ଚଢାଉ ମଦ ଜବତ ସାଙ୍ଗ କୁ ୨ ଗିରଫ

ରଣପୁର ଅବକାରୀ ଚଢାଉ ମଦ ଜବତ ସାଙ୍ଗ କୁ ୨ ଗିରଫ

111

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୭- ନୟାଗଡ ଜିଲ୍ଲା ଚାନ୍ଦପୁର ବଜାର ରେ ବ୍ୟାପକ ଚୋରା ବିଦେଶୀ ମଦ  ବିକ୍ରୟ  ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ସାଧାରଣ ଲୋକମାନେ ଅବକାରୀ ବିଭାଗ କୁ ଅଙ୍ଗୁଳି ନିର୍ଦେଶ କରୁଥିଲେ । ତେଣୁ ରଣପୁର ଅବକାରୀ ଥାନା ଓ ନୟାଗଡ ଭ୍ରାମ୍ୟମାଣ ଅବକାରୀ ଦଳ ତରଫରୁ ଗତ ଜୁଲାଇ ୨୩ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ ଚାନ୍ଦପୁର ବଜାର ରେ ଚଢାଉ କରାଯାଇଥିଲା । ୨ ଜଣ ଙ୍କୁ ଗିରଫ କରିବା ସହ ବିପୁଳ ମଦ ଜବତ କରିଥିଲେ ।

ଚାନ୍ଦପୁର ର ନରେନ୍ଦ୍ର କୁମାର ସାହୁଙ୍କ ଠାରୁ ୫୮ ଲିଟର ବିଦେଶୀ ମଦ ଜବତ କରିବା ସହ ସେହି ଚାନ୍ଦପୁର ବଜାର କୃଷ୍ଣଚନ୍ଦ୍ର ପରମାଣିକ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୦ ଲିଟର ବିଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । ଏହି ଚଢାଉ ରେ ଅବକାରୀ ନିରିକ୍ଷକ ନୟାଗଡ ଭ୍ରାମ୍ୟମାଣ ନବସ୍ମିତା ନାୟକ , ରଣପୁର ଅବକାରୀ ଥାନା ଉପ ନିରିକ୍ଷକ ଲିଙ୍ଗରାଜ ମହାପାତ୍ର , ସହକାରୀ ଉପ ନିରିକ୍ଷକ ଶୁଶାନ୍ତ କୁମାର ମହାପାତ୍ର ଓ ସୁବାଷ ଚନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରନପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.