Home ଓଡ଼ିଶା  ରଣପୁର କୃଷ୍ଣ  ଦ୍ୱୈପାୟନ ବେଦପାଠଶାଳା ରେ ପାଠଚକ୍ର

 ରଣପୁର କୃଷ୍ଣ  ଦ୍ୱୈପାୟନ ବେଦପାଠଶାଳା ରେ ପାଠଚକ୍ର

89

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୭- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଲାଖପଡା କୃଷ୍ଣ  ଦ୍ୱୈପାୟନ ବେଦପାଠଶାଳା ରେ ଆଷାଡ ପୁର୍ଣ୍ଣମୀ ତଥା ଗୁରୁ ପୁର୍ଣ୍ଣମୀ ଅବସର ରେ ବେଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଅଖିଳ ବେଦଶାସ୍ତ୍ର ହିଁ ଧର୍ମର ମୂଳ । ବେଦ ର ନାମ ଶୃତି ଧର୍ମର ନାମ ସୃତି । ମନୁ ମହର୍ଷି ଙ୍କ ଭାଷା କୁ ବ୍ୟାକ୍ଷା କରି ଉପସ୍ଥିତ ଅତିଥି ଓ ବକ୍ତା ମାନେ ଚାରି ଗୋଟି ଧର୍ମର ସାକ୍ଷାତ ଲକ୍ଷଣ ବୋଲି କହିଥିଲେ । ରଣପୁର ଅଂଚଳ ରେ ଏହି ବେଦ ପାଠଶାଳା ଦୀର୍ଘ ଦିନ ହେଲା କାର୍ଯ୍ୟାରମ୍ଭ କରିଅଛି । କୃଷ୍ଣ  ଦ୍ୱୈପାୟନ ବେଦପାଠଶାଳା ର ପରିଚାଳନା ସମିତି ଏହି ବେଦ ପାଠଚକ୍ର ର ଗୁରୁ ବନ୍ଦନା କରିବା ସହିତ ଗୁରୁ ପୁର୍ଣ୍ଣମୀ ର ବିଶେଷତ୍ୱ ସର୍ମ୍ପକ ରେ ଆଲୋଚନା କରାଯାଇଥିଲା ।

ଦୈନଦିନ ଜୀବନ ରେ ବେଦ ର ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ବେଦାଧ୍ୟାୟୀ ମାନେ ବେଦପାଠ କରିଥିଲେ । ଏହି ପାଠ ଚକ୍ର ରେ ସଭାପତି ସତ୍ୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରଣପୁର ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ପ୍ରାଧ୍ୟାପକ ଚନ୍ଦ୍ରକାନ୍ତ ପାଇକରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଚାଳକ ମଦନ ମୋହନ ପଣ୍ଡା  , ରାଜନିତୀ ବିଜ୍ଞାନ ଅବସର ପ୍ରାପ୍ତ ପ୍ରଧ୍ୟାପକ ବିଜୟ କୁମାର ଜେନା , ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ କମଳେଶ ତ୍ରିପାଠୀ  , ରଣପୁର ମହାବିଦ୍ୟାଳୟ ସଂସ୍କୃତ ବିଭାଗ ପ୍ରଧ୍ୟାପକ ସୁଧାକର ପଣ୍ଡା ଆଦି ଯୋଗ ଦେଇ ସାଂପ୍ରତିକ ପରିସ୍ଥିତି ରେ ବେଦର ଆବଶ୍ୟକତା ସର୍ମ୍ପକ ରେ ଆଲୋଚନା କରିଥିଲେ । ବେଦ ପାଠଶାଳା ର ଶିକ୍ଷାର୍ôଥ ମାନେ ବେଦ ପାଠ କରିବା ସମୟରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଉଲ୍ଲାସ ଓ ଆନନ୍ଦ ପ୍ରକଟ ହେବା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.