Home କେନ୍ଦୁଝର ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଉଦ୍ଧାର

ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଉଦ୍ଧାର

60

ହାଟଡ଼ିହି,୨୪ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ହଦଗଡ ସାଳନ୍ଦୀ ଡ୍ୟାମରେ ବୁଡି ଜଣେ ଡାକ୍ତରୀ ଛାତ୍ର ନିଖୋଜ ହେବାର ୩୬ଘଣ୍ଟା ପରେ ଯାଇ ତାଙ୍କ ଶବକୁ ଉଦ୍ଧାର କରାଯାଇ ପାରିଛି । ଗତ ଗୁରୁବାର ସନ୍ଧ୍ୟା ଠାରୁ ଛାତ୍ର ଜଣକ ନିଖୋଜ ହେବାପରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇ ଥିଲେ ମଧ୍ୟ ଶବକୁ ଠାବ କରାଯାଇ ପାରିନଥିଲା । ଆଜି ବଡି ଭୋର ସମୟରୁ ଶବଟି ଡ୍ୟାମ ଭିତରେ ଭାଷିବାପରେ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି କୁଳକୁ ଆଣିଥିଲା । ଏନେଇ ମୃତ ଛାତ୍ରର ଦାଦା ଜିତେନ୍ଦ୍ର ଜେନା ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ସୋସୋ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ବନ୍ତଳା ଗ୍ରାମର ସୁରେନ୍ଦ୍ର କୁମାର ଜେନାଙ୍କ ପୁଅ ସ୍ମାରକ କୁମାର ଜେନା (ବାପି) ଭୁବନେଶ୍ୱର ସ୍ଥିତ ଡ. ଅଭିନ୍ନ କୁମାର ହୋମିଓ ପାଥିକ କଲେଜର ଛାତ୍ର ଥିବାବେଳେ ସେ ଗତ ଗୁରୁବାର ଅପରାହ୍ନରେ ହଦଗଡ ବୁଲିବାକୁ ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲା । ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ତାଙ୍କ ବାଇକ୍‌ଟି ଡ୍ୟାମ ଉପରେ ରଖାଯାଇଥିବା ଦେଖି ତାଙ୍କ ଘରକୁ ଫୋନ କରି ଜଣାଇବାପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଖୋଜାଖୋଜି କରିଥିଲେ । ଡ୍ୟାମ ଭିତରେ ବାପିର ଚପଲ ଭାଷୁଥିବା ଦେଖିବାକୁ ପାଇ ବାପି ଡ୍ୟାମ ଭିତରେ ବୁଡି ଯାଇଥିବା ସନ୍ଦେହ କରିଥିଲେ । ତାଙ୍କ ଏପରି ଅକସ୍ମାତ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.