Home ଓଡ଼ିଶା ରଣପୁରରେ ଭକ୍ତ ଓ ଭଗବାନଙ୍କ ଅର୍ପୁବ ମିଳନରେ ଉତ୍ସାହିତ ଭକ୍ତ

ରଣପୁରରେ ଭକ୍ତ ଓ ଭଗବାନଙ୍କ ଅର୍ପୁବ ମିଳନରେ ଉତ୍ସାହିତ ଭକ୍ତ

40

ନୟାଗଡ/୩/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ କୋଭିଡ୍‌୧୯ କଟକଣା ମନ୍ଦିର ମାନଙ୍କରେ ଲାଗୁହେବା ଯୋଗୁଁ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ମନ୍ଦିର ଗୁଡିକ ଭକ୍ତଙ୍କ ଲାଗି ବନ୍ଦ ଥିଲା । ଯାହାଫଳରେ ଭକ୍ତମାନେ ଭଗବାନଙ୍କ ଠାରୁ ଦୂରରେ ରହି ଆସୁଥିଲେ । ଏପରି କି ପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା କୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଯାହାଫଳରେ ଶ୍ରଦ୍ଧାଳୁ ଭକ୍ତମାନେ ଅନେକ କଷ୍ଟ ଅନୁଭବ କରୁଥିଲେ । ସେଥିରୁ ବାଦ ପଡିନଥିଲା ଲୋକମାନଙ୍କ ଦ୍ୱାରା ଦାବି କରାଯାଉଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର । ଶ୍ରୀକ୍ଷେତ୍ର ଭଳି ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ବାର ମାସ ରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ । ରଣପୁର ବାସୀଙ୍କ ମନରେ ବିଶ୍ୱାସ ଜଗନ୍ନାଥଙ୍କର ଷୋଳକଳା ରୁ ଏକ କଳା ରଣପୁର ଜଗନ୍ନାଥ ମନ୍ଦିରରେ ରହିଅଛି ।

ଜିଲ୍ଲା ପ୍ରଶାସନର ନିଷ୍ପତି ପରେ ରଣପୁର ଜଗନ୍ନାଥ ମନ୍ଦିର ଜାନୁଆରୀ ୩ ତାରିଖ ୨୦୨୧ ସକାଳୁ ଖୋଲିବା ଯୋଗୁଁ ଭକ୍ତଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଅବଶ୍ୟ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁ ଭକ୍ତଙ୍କ ଦର୍ଶନ ପାଇଁ କିଛି କଟକଣା ଲାଗୁ କରିଛନ୍ତି । କଟକଣା ଭିତରେ ରହିଛି  ଦର୍ଶନ ସମୟରେ ଅରୁଣ ସ୍ତମ୍ଭକୁ ଭକ୍ତମାନେ ଛୁଇଁବେ ନାହିଁ , ହାତ ଭଲଭାବରେ ସାନିଟାଇଜ୍ କରିବେ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବେ । ଏହି କଟକଣା କୁ ମାନି ଅନେକ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ନବବର୍ଷ ପ୍ରାରମ୍ଭ ରେ ଦର୍ଶନ କରି ଉତ୍ସାହିତ ହୋଇଥିବା ଜଣାପଡିଛି । ସେବାୟତ ମାନଙ୍କ ମଧ୍ୟରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ଯୋଗୁଁ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଏହିଭଳି ଭାବରେ ବାବା କମଳେଶ୍ୱରଙ୍କ ମନ୍ଦିର ଠାରୁ ଆରମ୍ଭ କରି ମନ୍ଦିର ମାଳିନୀ ରଣପୁର ଅଂଚଳର ସମସ୍ତ ଦେବାଦେବୀ ମନ୍ଦିର ଖୋଲିବା ଯୋଗୁଁ ଭକ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.