Home ଓଡ଼ିଶା ରଣପୁରରେ ଅମାନିଆ ଦୋକାନୀଙ୍କ ନାମରେ ମାମଲା – ଗ୍ୟାସ୍ ଓ ବ୍ୟାଙ୍କ ଦୋକାନ ସାମ୍‌ନାରେ ସାମାଜିକ...

ରଣପୁରରେ ଅମାନିଆ ଦୋକାନୀଙ୍କ ନାମରେ ମାମଲା – ଗ୍ୟାସ୍ ଓ ବ୍ୟାଙ୍କ ଦୋକାନ ସାମ୍‌ନାରେ ସାମାଜିକ ଦୁରତ୍ୱ ଅଭାବ

157

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୪-କୋଭିଡ୍‌-୧୯ ଲକ୍‌ଡାଉନ୍ ର ସମୟ ସୀମା ବଢିବା ପରେ ରଣପୁର ଅଂଚଳରେ କିଛି ଦୋକାନୀ ଅମାନିଆ ହୋଇ ଦୋକାନ ବଜାର ଖୋଲିବା ଆରମ୍ଭ କରିଥିବା ଜଣାପଡିଛି । ତେଣୁ ରଣପୁର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ତତ୍ପରତା ପ୍ରକାଶ କରିଥିବା ଜଣା ପଡିଛି । ନୋଡାଲ ଅଫିସର୍ ଓ ରଣପୁର ଥାନା ଇନିସ୍‌ପେକ୍ଟର ଗୋପାଳପୁରର ୭ଜଣ ଓ ରଣପୁରର ୩ଜଣ ଅମାନିଆ ଦୋକାନୀଙ୍କ ନାମରେ ଥାନା କେସ୍ ନଂ-୧୧୦ଋଜୁ କରିଥିବା ଜଣା ପଡିଛି ।

ଯାହା ଫଳରେ ଲୁଚିଛପି ଦୋକାନ ଖୋଲୁଥିବା ଅମାନିଆ ଦୋକାନୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ରଣପୁର ଅଂଚଳର ସମସ୍ତ ବ୍ୟାଙ୍କ ଗୁଡିକରେ ଭିତରେ ସାମାଜିକ ଦୁରତ୍ୱ ବଜାୟ ରହୁଥିବା ବେଳେ ବ୍ୟାଙ୍କ ଗେଟ୍ ସାମ୍‌ନାରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଯାହାଦ୍ୱାରାକି ସାମାଜିିକ ଦୁରତ୍ୱର ଅଭାବ ଘଟୁଛି । ସେଥିରୁ ବାଦ୍ ପଡିନି ରଣପୁରର ରନ୍ଧନ ଗ୍ୟାସ୍ ବତରଣ ଦୋକାନ । ପୋଲିସ୍ ପ୍ରଶାସନ ତରଫରୁ ଯେତେ ଚଢାଉ କଲେ ମଧ୍ୟ ଅମାନିଆ ଗ୍ରାହକମାନେ ସାମାଜିକ ଦୁରତ୍ୱ ନମାନି ଭିଡ ଲମ୍ବାଇ ଚାଲିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.