Home Coronavirus Outbreak ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ...

ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

372

କେନ୍ଦୁଝର,ତା ୧୬ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଥିବା କୋଭିଡ୍ ହସପିଟାଲ ଗୁଡିକର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ରହିଥିଲେ । କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଯେଉଥି ପାଇଁ ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ହସପିଟାଲ ପ୍ରସ୍ତୁତ କରାଯାଉଛି ।

ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରୁ ଅଳ୍ପଦୂର ବାଙ୍କିଶୋଳ ଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡିଶା ମାଇନିଂ କରପୋରେସନର ଆର୍ଥିକ ସହାୟତାରେ ଭୁବନେଶ୍ୱର କିମସ୍ ହସପିଟାଲ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ କୋଭିଡ୍-୧୯ ହସପିଟାଲ ଶାଖାକୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ । ବିଧିବଦ୍ଧ ଭାବେ ଆଜି ୫ଟି ସଚିବ ଏବଂ ରାଜ୍ୟ ମୁଖ୍ୟ ଶାସନସଚିବ ମିଳିତ ଭାବେ ଏହି କୋଭିଡ୍ ହସପିଟାଲ ଗୁଡିକୁ ପରିଦର୍ଶନରେ ଆସି ପହଞ୍ଚିଥିଲେ । ତେବେ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି ପ୍ରାୟ ୧୨.୧୫ ମିନିଟରେ ସମୟରେ ବାଙ୍କୀଶୋଳ କୋଭିଡ୍-୧୯ ହସପିଟାଲ ପରିସରରେ ପହଞ୍ଚିଥିଲେ । ଏଠାରେ ଅଳ୍ପ ସମୟର ରହଣି ମଧ୍ୟରେ ସମସ୍ତ ବିଷୟରେ ପଚାରି ବୁଝିବା ସହ ପୁଣି ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି । ତେବେ ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.