Home ଓଡ଼ିଶା ୮୦ଲିଟର ହାତରନ୍ଧା ଦେଶୀ ମଦ ଜବତ ଜଣେ ଗିରଫ

୮୦ଲିଟର ହାତରନ୍ଧା ଦେଶୀ ମଦ ଜବତ ଜଣେ ଗିରଫ

174

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୪- ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଟଙ୍କ ନିର୍ଦ୍ଧେଶକ୍ରମେ ବ୍ୟାପକ ଅବକାରୀ ଚଢାଉ ଜାରି ରଖିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗ ସବ୍ ଇନିସ୍‌ପେକ୍ଟର କୁମର ଚନ୍ଦ୍ର ପଟ୍ଟନାୟକ ସଦଳବଳେ ଏପ୍ରିଲ୍ ୧୬ ତାରିଖ ୧୦ଟା ୩୦ ମିନିଟ୍ ସମୟରେ ରାଇପଡା ନିକଟ ଏକ ପରିତ୍ୟକ୍ତ କୁକୁଡା ଫାର୍ମ ଉପରେ ଚଢାଉ କରିଥିଲେ । ସେଠାରୁ ୮୦ଲିଟର ୯୦୦ ମିଲି.ଗ୍ରାମ ହାତରନ୍ଧା ଦେଶୀ ମଦ ଜବତ କରିବା ସହ ମଦ ବେପାର ଅଭିଯୋଗରେ ପ୍ରଭାର କୁମାର ମାଟି(୩୫) କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ପ୍ରଭାତକୁ ରଣପୁର କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.