Home କେନ୍ଦୁଝର ରଗୁଡି ସାହିରେ ହାତୀ ଉପଦ୍ରବ, ଘର ଭାଙ୍ଗି ଚାଉଳ ଖାଇଲା ହାତୀ, ଅଳ୍ପକେ ବର୍ତ୍ତିଲେ ପରିବାର...

ରଗୁଡି ସାହିରେ ହାତୀ ଉପଦ୍ରବ, ଘର ଭାଙ୍ଗି ଚାଉଳ ଖାଇଲା ହାତୀ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

149

ହାଟଡିହି ୧୯ । ୭ : (ଓଡିଆପୁଅ) ହାଟଡିହି ବ୍ଲକ ଧନୁର୍ଜୟପୁର, ପଢ଼ିଆରିପଲ୍ଲି, ବାଙ୍ଗୋର, ସୋସୋ, ବାଲିବରେଇ ଆଦି ପଞ୍ଚାୟତ ଗୁଡିକରେ ଏବେବି ହାତୀ ଉପଦ୍ରବ ଲାଗି ରହିଛି । ଦୁଇଟି ହାତୀ ଦୀର୍ଘ ୬ମାସ ହେଲା ଦଗଡ ହସ୍ତୀ ଅଭୟାରଣ୍ୟରୁ ଚାଲିଆସି ଏ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲେବି ବନ ବିଭାଗ ସେମାନଙ୍କୁ ଘଉଡାଇବାକୁ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇ ଆସୁଛି । ଗତ ଦୁଇବର୍ଷ ଭିତରେ ଏହି ହାତୀ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ହାତୀ ଦୁଇଟି କିଛିଦିନ ପୁର୍ବରୁ ସୋସୋ ପଞ୍ଚାୟତର ନିଉଦାନୀ, କାନପୁର, ସୋସୋ ଆଦି ଗ୍ରାମରେ ଥିବା ଆମ୍ବ ପଣସ ତୋଟାରେ ଥିବାବେଳେ ସେଠାରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ମାତ୍ର ଏବେ ଆମ୍ବ ପଣସ ସରିଯିବାରୁ ସେଠାରୁ ବାହାରକୁ ପଳାଇ ଆସୁଛନ୍ତି । ଗତକାଲି ରାତିରେ ବାଙ୍ଗୋର ପଞ୍ଚାୟତର ରଗୁଡିସାହିରେ ଗୋଟିଏ ଦନ୍ତା ହାତୀ ପସି ଗ୍ରାମର ରାମ ଗିରି ଓ କୌଶଲ୍ୟା ନାଇକଙ୍କ ଘର ଦୁଇଟି ଭାଙ୍ଗିଦେଇ ଘରେ ଥିବା ଧାନ, ଚାଉଳ ଖାଇବା ସହିତ ନାନା କ୍ଷୟକ୍ଷତି ଘଟାଇଛି । ଏପରିକି ସେ ସମୟରେ ଘର ଭିତରେ ଶୋଇଥିବା ଲୋକମାନେ ନୀଜର ଜୀବନ ବଞ୍ଚାଇବାକୁ ଯାଇ ଖଟ ତଳେ ଲୁଚି ଯାଇଥିଲେ । ଖବରପାଇ ଆଜି ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହିତ ସେମାନଙ୍କୁ କିପରି ସରକାରୀ ସହାୟତା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ଜଂଗଲ ବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଜଂଗଲ ମଧ୍ୟକୁ ଘଉଡାଇ ଦେଇ ଉପଯୁକ୍ତ ଟ୍ରେଞ୍ଜ ଖୋଳିବା ସହିତ ହାତୀ ଆସିବାର ସମସ୍ତ ରାସ୍ତାକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.