Home ଅନୁଗୁଳ ତାଳଚେର କୋଭିଡ ହସପିଟାଲକୁ ପରିଦର୍ଶନ କଲେ ଜିଲ୍ଲାପାଳ

ତାଳଚେର କୋଭିଡ ହସପିଟାଲକୁ ପରିଦର୍ଶନ କଲେ ଜିଲ୍ଲାପାଳ

81

ଅନୁଗୋଳ,୧୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ଯଂଚ କରିଥିଲେ । ଜିଲ୍ଲାପାଳ ନିଜେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତା ପରୀକ୍ଷା କରିଥିଲେ । ଏହା ବ୍ୟତୀତ ଜିଲ୍ଲାପାଳ ହସପିଟାଲରେ କାର‌୍ୟ୍ୟରତ ଡାକ୍ତର,କର୍ମଚାରୀ ଓ ପାରା ମେଡ଼ିକାଲ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ ଉତମ ଚିକିତ୍ସାସେବା ଯୋଗାଇ ଦେବା ଉପରେ ଆଲୋଚନା କରିଥିଲେ । ଏହି ୧୫୦ ଶଯ୍ୟା ବିଶିଷ୍ଟ ହସପିଟାଲରେ ଅନୁଗୋଳ ସମେତ ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାର କରୋନା ଆକ୍ରାନ୍ତ ମାନେ ଚିକିତ୍ସିତ ହେଉଛନ୍ତି । ହସପିଟାଲରେ ଚିକିତ୍ସା ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଣ,ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ,ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶଙ୍କ ସମେତ ହସପିଟାଲର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.