Home ଓଡ଼ିଶା ଆଶାକର୍ମୀ ସାଜିଲେ ଦେବଦୁତ

ଆଶାକର୍ମୀ ସାଜିଲେ ଦେବଦୁତ

212

ହାଟଡିହି ୧୯ । ୭ :(ଓଡିଆପୁଅ) ଆଶାକର୍ମୀଙ୍କ ଦ୍ୱାରା ଟିଏମସି ମଧ୍ୟରେ ପ୍ରସବ କରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ଜଣେ ଗର୍ଭବତୀ ମହିଳା ହାଇଦ୍ରାବାଦରୁ ଆସି ଇଞ୍ଚୋଳ ସଂଗରୋଧ କେନ୍ଦ୍ରରେ ସଂଗରୋଧରେ ରହିଥିଲେ । ତାଙ୍କ ପ୍ରସବ ପାଇଁ ଡାକ୍ତର ଅଗଷ୍ଟ ୮ତାରିଖକୁ ଦିନଧାର୍ଯ୍ୟ କରିଥିଲେ । କିନ୍ତୁ ଶୁକ୍ରବାର ସକାଳେ ସେ ହଠାତ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଟିଏମସିର ଥିବା ପ୍ରବାସୀମାନେ ତୁରନ୍ତ ଆଶାକର୍ମୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଆଶାକର୍ମୀ ଝୁନୁ ରାଉତ ଓ ସରପଞ୍ଚ ପାର୍ବତୀ ନାଇକ ତୁରନ୍ତ ଟିଏମସିକୁ ଆସିବା ସହ ଏ ସମ୍ପର୍କରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇ ଆମ୍ବୁଲାନସକୁ ଆସିବାକୁ ଫୋନ କରିଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନସ ନଆସିବା ଓ ଯନ୍ତ୍ରଣାରେ ଗର୍ଭବତୀ ଜଣକ ଛଟପଟ ହେବାରୁ ଆଶା କର୍ମୀ ଜଣକ ମହିଳାଙ୍କ ଗର୍ଭଯନ୍ତ୍ରଣା ସହ୍ୟ କରିନପାରି ବାଧ୍ୟହୋଇ ନିଜେ ପିପିବି କିଟ ଓ ଗ୍ଲୋବସ ପରିଧାନକରି ସରପଞ୍ଚ ପାର୍ବତୀ ନାଇକଙ୍କ ଉପସ୍ଥିତିରେ ସେହି ଟିଏମସି ଭିତରେ ମହିଳାଙ୍କ ପ୍ରସବ କରାଇଥିଲେ । ପ୍ରସବ ପରେ ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥିବାବେଳେ ମା ଓ ଶିଶୁ ସୁସ୍ଥ ଥିବା ବିପିଓ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି । କୋଭିଡ-୧୯ ଭାଇରସ ସଂକ୍ରମଣକୁ ଖାତିର ନକରି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରି ଆଶା କର୍ମୀ ଜଣକ ସହାସିକତା ଦେଖାଇଥିବାରୁ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.