Home ଜିଲ୍ଲା ପରିକ୍ରମା ରକ୍ଷିତ ଜମିରୁ ଗଛକଟା ଅଭିଯୋଗ

ରକ୍ଷିତ ଜମିରୁ ଗଛକଟା ଅଭିଯୋଗ

39

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ମଞ୍ଜୁରୀରୋଡ ରାଜସ୍ୱ ସର୍କଲ ଅଧିନ କୋଟସିରା ଗ୍ରାମର ସରକାରୀ ରକ୍ଷିତ ଜମିକୁ ବେଆଇନ ଅବରୋଧ କରାଯିବା ସହ ଗଛ କଟା ଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ରକ୍ଷିତ ଖାତା ୪୭୧ରେ ଥିବା ୧୨୭୨ ନଂ ଖସଡାର ୧ ଏକର ୮୬ ଡେସିମିଲ ଜମିର ବହୁ ଅଂଶକୁ ପ୍ରଫୁଲ୍ଲ ଯେନା ଓ ବଳରାମ ଯେନା ଜବରଦଖଲ କରିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଉକ୍ତ ଜମି ଉପରେ ଥିବା ୨ଟି ବଡ ବଡ ତେନ୍ତୁଳି ଗଛକୁ ପ୍ରଫୁଲ୍ଲ ଯେନା ଓ ବଳରାମଙ୍କ ପତ୍ନୀ କୁନି ଯେନା ଗୋଟିଏ ବଡ ଶିରିଶ ଗଛ କାଟିଦେଇଥିବା ବନ ବିଭାଗ ନିକଟରେ ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ ବନ ଅଧିକାରୀ ଜଗନ୍ନାଥ ମିଶ୍ର କଟାଗଛ ଗଣ୍ଡିକୁ ଜବତ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ସରଜମିନ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ବନପାଳ ଜଗନ୍ନାଥ ମିଶ୍ର କହିଥିବା ବେଳେ ମଞ୍ଜୁରୀରୋଡ ରାଜସ୍ୱ ନିରୀକ୍ଷକ ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.