Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ପରଲୋକ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ପରଲୋକ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

18

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ପ୍ରତିଷ୍ଠାତା କପିଳ ଦାସଙ୍କ ଜ୍ୟେଷ୍ଠପୁତ୍ର ତଥା ଭଦ୍ରକର ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କର ଆଜି କଟକର ଏକ ଘରୋଇ ହସ୍‌ପିଟାଲରେ ୭୬ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସେ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ହୋଇ ଚିକିତ୍ସାଧିନ ଥିଲେ। ପରମାନନ୍ଦ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଆଜୀବନ ସମ୍ପାଦକ ଥିବା ସହିତ ଭଦ୍ରକର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ। ସେ ଜଣେ ଗାନ୍ଧୀବାଦୀ ନେତା, ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ, ଜଣେ ନିଷ୍ଠାବାନ, ନୀତିନିଷ୍ଠ ବ୍ୟକ୍ତିତ୍ୱ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ରହିଥିଲା। ସେ ଜଣେ ସଚ୍ଚୋଟ ସାମ୍ବାଦିକ ଭାବେ ବହୁ ଖବରକାଗଜରେ କାର୍ଯ୍ୟ କରିଥିଲେ। ଆଜି ଅପରାହ୍ଣ ୪ଟା୨୦ରେ ତାଙ୍କର ମୃତ୍ୟୁ ଖବର ପାଇ ତ୍ୟାଭଗୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ନରିପୁରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ନାଟ୍ୟନିର୍ଦ୍ଦେଶକ ବିଜୟ ଦାସ, ସୁଧାକର ରାଉତ, କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି, ଅଧ୍ୟାପକ ଅଭୟ ଦାସ, ବସନ୍ତ ମହାନ୍ତି, ଅଧିବକ୍ତା ଗଦାଧର ବଳ, ସମାଜସେବୀ ଦୋଳଗୋବିନ୍ଦ ନାୟକ, ଗୌରାଙ୍ଗ ବାରିକ, ମାନସ ମିଶ୍ର ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.