Home ଓଡ଼ିଶା ଯୋଡା : ସାମାନ୍ୟ କଥାକୁ ନେଇ ବଚସା ଓ ଗଇଁନ୍ତି ମାଡ

ଯୋଡା : ସାମାନ୍ୟ କଥାକୁ ନେଇ ବଚସା ଓ ଗଇଁନ୍ତି ମାଡ

62

ଯୋଡା,୦୭ା୮(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଶନିବାର ସନ୍ଧ୍ୟାରେ ପୁରୁଣା ଥାନା ପଛ ପଟ ଶାନ୍ତି ନଗରରେ ସାମାନ୍ୟ କଥାକୁ ନେଇ ବଚସା ଓ ପରେ ଗଇଁନ୍ତି ମାଡରେ ଜଣେ ୫୭ ବର୍ଷ ବୟସ୍କ ଗୁରୁତର ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୁରୁତର ଆହତ ରାଜେଶ ଯାଦବକୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଉଛି । ଭିକି ଶଙ୍କର ନାମକ ଜଣେ ଅସାମାଜିକ ଯୁବକ ତାଙ୍କୁ ଏକ ଧାରୁଆ ଗଇଁନ୍ତିରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ତାଙ୍କର ମୁଣ୍ଡ, ପିଠି ଏବଂ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ଏ ନେଇ ରାଜେଶ ଯ।।ଦବ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ରାଜେଶ ଯାଦବଙ୍କର ଝିଅ ପୂର୍ଣ୍ଣିମା କୁମାରୀ ଯାଦବ (୧୬) ଏକ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ଭିକି ଶଙ୍କରଙ୍କର ଭଉଣୀ ନେହା ଶଙ୍କର ଦେହରେ ସ୍କୁଟିଟି ବାଜି ଯାଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ନେହାର ଦୁଇ ଭାଇ ଭିକି ଓ ଅଜୟ ଏବଂ ମା ସୁନିତା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ପୂର୍ଣ୍ଣିମା ବାପା ରାଜେଶ ଯାଦବ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ୍ ଭିକି ଶଙ୍କର ଏକ ଧାରୁଆ ଗଇଁନ୍ତିରେ ଗୋଡେ ଗୋଡେଇ ସର୍ବସମ୍ମୁଖରେ ରାଜେଶକୁ ଆକ୍ରମଣ କରିବା ସହ ପୂର୍ଣ୍ଣିମାଙ୍କ ଡାହାଣ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଏଠାରେ ସୂଚନା ଯୋଗ୍ୟ ଭିକି ଶଙ୍କର ଜଣେ ଅଭ୍ୟାସଗତ ଅପରାଧି ଭାବେ ତାଙ୍କ ନାମରେ ଯୋଡା ଥାନାରେ ଅନେକ ମାମଲା ରହିଛି । ଏପରିକି କିଛି ମାସ ପୂର୍ବରୁ ଜଣେ ମହିଳା ଏସ.ଆଇ. ସୁସ୍ମୀତା ହୋରୋ ଙ୍କୁ ମା ଏବଂ ଦୁଇ ପୁଅ ଆକ୍ରମଣ କରିଥିଲେ । ଏ ନେଇ ମା ପୁଅ ତିନି ଜଣ ଜେଲ ଦଣ୍ଡ ଭୋଗି ଫେରିଥିବା ଜଣାପଡିଛି । ଶାନ୍ତି ନଗରରେ ଏହି ପରିବାର ବାରମ୍ବାର ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବାରୁ ଶାନ୍ତି ନଗର ବାସିନ୍ଦାମାନେ ମଧ୍ୟ ଏ ନେଇ ଏକ ଯୁଗ୍ମ ଏତଲା ଯୋଡା ଥାନାରେ ଦାୟର କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.