Home ଓଡ଼ିଶା ଯୋଡା : ଜେଏସପିଏଲ ବଡ଼ବିଲ ରେ ଓପି ଜିନ୍ଦଲ ଙ୍କ ୯୧ତମ ଜନ୍ମ ଦିବସ ପାଳିତ

ଯୋଡା : ଜେଏସପିଏଲ ବଡ଼ବିଲ ରେ ଓପି ଜିନ୍ଦଲ ଙ୍କ ୯୧ତମ ଜନ୍ମ ଦିବସ ପାଳିତ

49

ଯୋଡା,୦୭ା୮(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ବଡ଼ବିଲ ତରଫରୁ ଜିନ୍ଦଲ ଗ୍ରୁପ ର ପ୍ରତିଷ୍ଠାତା ସ୍ୱର୍ଗତଃ ଓମ ପ୍ରକାଶ ଜିନ୍ଦଲ ଙ୍କ ୯୧ତମ ଜନ୍ମ ବାର୍ଷିକୀ ଶନିବାର ମହାସମାରୋହ ରେ ପାଳିତ ହୋଇଯାଇଛି I ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ‘ପ୍ରତିଷ୍ଠା ଦିବସ’ ରୂପେ ପାଳନ କରାଯାଉଥିବାରୁ, ବଡ଼ବିଲ ପେଲେଟ ପ୍ଲାଣ୍ଟ, ଜିନ୍ଦଲ ସ୍କୁଲ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟେନସା ଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କୋଭିଡ କଟକଣା ଏବଂ ନିୟମ ମାନି ଆୟୋଜନ କରାଯାଇଥିଲା I ପ୍ଲାଣ୍ଟ ପରିସରରେ ବଡ଼ବିଲ ୟୁନିଟ ମୁଖ୍ୟ ବ୍ରିଜ ବଦହଦରା ଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ, ଉଚ୍ଚ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀ ମାନେ ସ୍ୱର୍ଗତଃ ଜିନ୍ଦଲ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ବଦହଦରା ତାଙ୍କ ସମ୍ଭାଷଣ ରେ କହିଲେ, “ଜଣେ ସଫଳ ଉଦ୍ୟୋଗୀ ଏବଂ ପଥ ପ୍ରଦର୍ଶକ ଭାବରେ ଜିନ୍ଦଲ ସବୁଦିନେ ସମସ୍ତଙ୍କ ଠାରେ ମନେ ରହିବେ I ସେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଲାଭ କରି ପାରି ଥିବାରୁ ତାଙ୍କ ଚଲାପଥ ଆମ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ I”ଏହା ପୂର୍ବରୁ ସକାଳେ ସୋୟାବାଲି ସ୍ଥିତ ମନ୍ଦିର ରେ ପୂଜା ଏବଂ ଯଜ୍ଞ ର ଆୟୋଜନ କରାଯାଇଥିଲା I ଏହି ପୂଜାରେ ସମସ୍ତ କର୍ମଚାରୀ ଏବଂ ଶ୍ରମିକ ମାନେ ଯୋଗ ଦେଇ ଶ୍ରୀ ଜିନ୍ଦଲ ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଜିନ୍ଦଲ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଏକ ଭିନ୍ନ ଢଙ୍ଗ ରେ ଏହି ଦିନଟିକୁ ପାଳନ କରିଥିଲେ I କୋଭିଡ କଟକଣା ଯୋଗୁଁ ସେମାନେ ଶାସ୍ତ୍ରୀୟ ଏବଂ ସମ୍ବଲପୁରୀ ସହ ଭାଙ୍ଗଡା ନୃତ୍ୟ ଭରଚୁଆଲ ମାଧ୍ୟମରେ ପରିବେଷଣ କରିଥିଲେ, ଯାହାକି ଖୁବ ଚିତ୍ତାକର୍ଷକ ଥିଲା I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ପେଲେଟ ପ୍ଲାଣ୍ଟ ର ମାନବ ସମ୍ବଳ ମୁଖ୍ୟ ଶରତ କିଶୋର ପଣ୍ଡା, ଜିନ୍ଦଲ ସ୍କୁଲ ର ଉପଦେଷ୍ଟା ଅର୍ଜୁନ ଶର୍ମା ଏବଂ ସ୍କୁଲ ଅଧକ୍ଷ୍ୟା ସଙ୍ଗୀତାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ I କମ୍ପାନୀର ସାମାଜିକ ଉତ୍ତର ଦାୟିତ୍ୱ ବିଭାଗ ତରଫରୁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦୁଃଖୀଜନଙ୍କ ନିମନ୍ତେ ଭୋଜନ ର ବ୍ୟବସ୍ଥା କରାଯାଇଥିଲା I ଏତଦବ୍ୟତୀତ ଆଦିବାସୀ କଲ୍ୟାଣ ସମିତି ରେ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା I  ଏହି ଅବସରରେ ଇଣ୍ଡିଆନ ରେଡ଼କ୍ରସ ସୋସାଇଟି ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ୬୩ୟୁନିଟ ରକ୍ତ ସଂଗୃହିତ ହୋଇ ରକ୍ତ ଭଣ୍ଡାର କୁ ଦାନ କରାଯାଇଥିଲା  I ସେହିପରି ଭାବରେ କମ୍ପାନୀର ଟେନସା ୟୁନିଟ ରେ ମଧ୍ୟ ଜିନ୍ଦଲ ଙ୍କ ଜନ୍ମ ବାର୍ଷିକୀ ବହୁ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି I ଏହି ଅବସରରେ ଏକ ହୋମ ଯଜ୍ଞ ର ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ କର୍ମଚାରୀ ଏବଂ ପରିବାରବର୍ଗ ଯୋଗ ଦେଇ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ I ଏହାପରେ ୟୁନିଟ ମୁଖ୍ୟ ପ୍ରମୋଦ କୁମାର ପାତ୍ର ଜିନ୍ଦଲ ଜଣେ ପଥ ପ୍ରଦର୍ଶକ ତଥା ପ୍ରେରଣା ର ଉତ୍ସ ଭାବରେ ବିବେଚନା କରି ଅଭିନବ କର୍ମଚାରୀ ଏବଂ କୋଭିଡ ଯୋଦ୍ଧା ମାନଙ୍କୁ ପୁରସ୍କୃତ କରିଥିଲେ I ଉତ୍ସାହୀ ପିଲାମାନେ  ଜିନ୍ଦଲ ଙ୍କ ଉଦ୍ଦେଶ୍ୟରେ ବକ୍ତୃତା ଏବଂ ଆତ୍ମଲିଖିତ କବିତା ଆବୃତ୍ତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ I ଏହି ପରିପ୍ରେକ୍ଷୀରେ ନିକଟବର୍ତୀ ରାଇକେଳା ଗ୍ରାମରେ ପ୍ରାୟ ୫୦ ଜଣଙ୍କୁ ଶୁଖିଲା ରାସନ ପ୍ରଦାନ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.