Home ଓଡ଼ିଶା ଯୋଡା : ବଜ୍ରପାତରେ ନାବାଳକର ମୃତ୍ୟୁ

ଯୋଡା : ବଜ୍ରପାତରେ ନାବାଳକର ମୃତ୍ୟୁ

48

ଯୋଡା,୦୭ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୂର୍ଗା ଠାରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଶ୍ରୀଧର ହେମ୍ବ୍ରମ (୧୨) ନାମକ ଜଣେ ନାବାଳକ ବଜ୍ରପାତରେ ମୃତ୍ୟୁ ଘଟିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଶ୍ରୀଧର ପ୍ରାୟ ରାତି ୯.୩୦ ବେଳେ ଘର ବାହାରକୁ ପରିଶ୍ରା କରିବାକୁ ଉଠିଥିଲେ । ବାହାରେ ଝିପି ଝିପି ବର୍ଷା ହେଉଥିବା ବେଳେ ଅଚାନକ ବିଜୁଳି ସହ ବର୍ଷା ଜୋରରେ ହେବାରୁ ଶ୍ରୀଧର ଏକ ଗଛ ମୂଳେ ଆଶ୍ରୟ ନେଇଥିଲା । ସେହି ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଶ୍ରୀଧରଙ୍କର ବାପା ଗାରଦି ହେମ୍ବ୍ରମ ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡାଙ୍କୁ ଖବର ଦେଇଥିଲେ । ମଙ୍ଗଲ ମୁଣ୍ଡା ବିଲେଇପଦା ରାଜସ୍ୱ ନୀରିକ୍ଷକ ଦିଲ୍ଲିପ କୁମାର ସାହୁଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିବା ସହ ବିଲେଇପଦା ଫାଣ୍ଡିକୁ ଅବଗତ କରାଇଥିଲେ । ଆରକ୍ଷୀ ମୃତ ଶରୀର ଶନିବାର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ୨୪/୨୧ରେ ଏକ ଅପମୃତ୍ୟୁ ମାମଲା ଋଜୁ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.