Home ଓଡ଼ିଶା ଯୋଡା – ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମାଆ-ପୁଅ ମୃତ

ଯୋଡା – ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମାଆ-ପୁଅ ମୃତ

227

ଯୋଡା, ୦୪ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ମୋଟରସାଇକେଲରେ ଯାଉଥିବା ମାଆ ଏବଂ ପୁଅଙ୍କର ଘଟଣାସ୍ଥଳରେହିଁ ମୃତ୍ୟୁ ଘଟିଥିବା ବେଳେ ଏହା ଏକ ଶୋକାକୂଳ ବାତାବରଣ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ବିରିକଳା ପଞ୍ଚାୟତ ତଥା ଡଡୁଆଁ ଗ୍ରାମର ସୁଶିଲ ଗିରି ତାଙ୍କ ମାଆ ସୁଲୋଚନାଙ୍କୁ ଧରି ମୋଟକସାଇସେଲ (ଓଆର୦୯ଏନ୍‌-୪୧୪୨) ଯୋଗେ ବାସୁଦେବପୁର ରୁ ନିଜ ଗାଁକୁ ଫେରୁଥିବା ବେଳେ ଏକ ଦୃତ ଗତିରେ ଆସୁଥିବା ୧୦ ଚିକଆ ଟ୍ରକ ନଂ (ଓଆର୦୪ଜି-୬୦୨୮) ଟି ତାଙ୍କୁ ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ମାଆ ଏବଂ ପୁଅ କିଛି ବାଟ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ମାଆଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ସମୟ ପରେ ପୁଅର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଯୋଗ୍ୟ ଏହି ରାଜପଥର ଅବସ୍ଥା ଅତନ୍ତ ସୋଚନୀୟ ହୋଇପଡିଥିବା ବେଳେ ଏହାର ମରାମତି ଏବଂ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏହାର କଚ୍ଛପ ଗତି ଯୋଗୁଁ ଖଣି ଅଞ୍ଚଳରେ ଦୁର୍ଘଟଣା ଏକ ନୀତିଦିଆ ଘଟଣାରେ ପରିଣତ ହୋଇଛି । ଫଳରେ ନିୟମିତ ଧନ ଜୀବନ କ୍ଷୟ ହେଉଥିବା ସାଧାରଣରେ କ୍ଷୋଭ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.