Home ଓଡ଼ିଶା ଯୋଡା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ମୃତ, ୨ ଗୁରୁତର

ଯୋଡା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ମୃତ, ୨ ଗୁରୁତର

304

ଯୋଡା, ୧୧/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ବିଲେଇପଦାସ୍ଥିତ ଟାଟା ସ୍ପଞ୍ଜ ମେଟାଲ ଗେଟ ନିକଟ ୫୨୦ ନମ୍ବର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଛେଳି ସମେତ ଏକ ବାଇକ ଆରୋହୀ ମୃତ ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜେଣଙ୍କ ହେଉଛନ୍ତି ଝାରଖଣ୍ଡସ୍ଥିତ ନୁଆମୁଣ୍ଡି ଅଞ୍ଚଳର ମାଂସ ବ୍ୟବସାୟୀ ଅଜିଜ୍ କ୍ୟୁରେସି। ଗୁରୁତର ଆହତ ହୋଇଥିବା ଏମ୍.ଡି. ଇସରାଇଲ୍ ଓ କାଳଆ ନାଏକ। ଆଜି ଅପରାହ୍ନ ୨ ଘଟିକା ସମୟରେ ଯୋଡାରୁ ବାଇକ ଯୋଗେ ପଲୁ୍ୟସନ ସାର୍ଟିଫିକେଟ କରାଇ ଓଆର୦୯କେ-୬୦୧୨ ନମ୍ବର ମୋଟରସାଇକେଲ ଯୋଗେ ନିକଟସ୍ଥ ବଳିତା ଗ୍ରାମର କାଳିଆ ନାଏକ ଘରକୁ ଫେରୁଥିଲେ। ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ବାଇକ ନଂ. ଜେଏଚ୍୦୬ସି-୮୬୧୮ ନମ୍ବର ବାଇକ୍ରେ ଅଜିଜ୍ କ୍ୟୁରେସି ଓ ଏମ୍.ଡି. ଇସରାଇସ ୩ଟି ଛେଳିକୁ ନେଇ ନୂଆମୁଣ୍ଡିରୁ ଯୋଡା ଅଭିମୁଖେ ଆସୁଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଟାଟା ସ୍ପଞ୍ଜ ମେଟାଲ ଗେଟ ନିକଟରେ ଭାରସାମ୍ୟ ହରାଇ ୨ ବାଇକ ମଧ୍ୟରେ ତୀବ୍ର ଧକ୍କା ହୋଇଥିଲା ଏବଂ ଉଭୟ ଛିଟିକି ତଳେ ପଡିଯାଇଥିଲେ। ଠିକ୍ ଏହି ସମୟରେ ରାସ୍ତାରେ ଯାଉଥିବା ଅଜଣା ଗାଡି ଅଜିତ୍ କ୍ୟୁରେସିଙ୍କ ମୁଣ୍ଡ ଉପରେ ମାଡିଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ କାଳିଆ ନାଏକଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏମ୍.ଡି. ଇସରାଇଲଙ୍କୁ ଯୋଡାସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ରାସ୍ତା ଘାଟର ଦୁରବସ୍ଥା ଯୋଗୁଁ ଖଣି ଅଞ୍ଚଳରେ ଦୁର୍ଘଟଣା ଜନୀତ ମୃତ୍ୟୁ ଏକ ଉଦ୍ବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି। ରାସ୍ତା ନିର୍ମାଣକୁ ତ୍ୱରାନୀତ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଥିଲେ ମଧ୍ୟ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.