Home ଓଡ଼ିଶା ପିଏସଏଲଭିର ୫୦ତମ ଅଭିଯାନ

ପିଏସଏଲଭିର ୫୦ତମ ଅଭିଯାନ

210

– ରିସ୍ୟାଟ-୨ବିଆର୧ ସମେତ ୯ଟି ବାଣିଜ୍ୟିକ ଉପଗ୍ରହର ସଫଳ ଉତକ୍ଷେପଣ
– ଇସ୍ରୋ ଅଧ୍ୟକ୍ଷ ଡ. କେ. ଶିବନଙ୍କ ଦ୍ୱାରା ‘ଚଝଖଠଅ ୫୦’ ପୁସ୍ତକ ଉନ୍ମୋଚନ

ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର (ଏସଡିଏସସି)ରୁ ଭାରତୀୟ ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପିଏସଏଲଭି-ସି୪୮)ର ୫୦ତମ ଅଭିଯାନରେ ରିସ୍ୟାଟ-ଟୁବିଆର୧ ସମେତ ୯ଟି ବାଣିଜ୍ୟିକ ଉପଗ୍ରହକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଛି।

ପ୍ରଥମ ଲଂଚ ପ୍ୟାଡରୁ ଅପରାହ୍ଣ ୩ଟା ୨୫ ମିନିଟରେ ପିଏସଏଲଭି-ସି୪୮ ଉତକ୍ଷେପଣ କରାଯାଇଥିଲା। ଏହାର ୧୬ ମିନିଟ ୨୩ ସେକେଣ୍ଡ ପରେ ରିସ୍ୟାଟ-ଟୁବିଆର୧ ସଫଳତା ପୂର୍ବକ ଅଲଗା ହୋଇ ୫୭୬ କିମି ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହାପରେ ୯ଟି ବାଣିଜ୍ୟିକ ଉପଗ୍ରହଗୁଡ଼ିକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲେ। ଅଲଗା ହେବା ପରେ ରିସ୍ୟାଟ-ଟୁବିଆର୧ ସ୍ୱୟଂକ୍ରିୟ ଭାବେ ନିୟୋଜିତ ହୋଇଥିଲା ଏବଂ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ଏହା ଉପରେ ତୁରନ୍ତ ନିୟନ୍ତ୍ରଣ ହାସଲ କରିଥିଲା। ଆଗାମୀ ଦିନରେ ଏହି ଉପଗ୍ରହ ଚୁଡ଼ାନ୍ତ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଯିବ।

“୫୦ତମ ମହାକାଶ ଅଭିଯାନ ସହିତ ଆଜି ଆମେ ପିଏସଏଲଭି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିପାରିଛୁ” ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ ଘୋଷଣା କରିଥିଲେ। ଏହି ଅବସରରେ ଡ. ଶିବନଙ୍କ ଦ୍ୱାରା ‘ଚଝଖଠଅ ୫୦’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସେ ଆହୁରି କହିଥିଲେ ଯେ ଏହି ସକ୍ଷମ ପ୍ରକ୍ଷେପଣ ଯାନ ଦ୍ୱାରା ବର୍ତମାନସୁଦ୍ଧା ୫୨.୭ ଟନ ଓଜନର ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। ଏଥିମଧ୍ୟରୁ ୧୭% ବାଣିଜ୍ୟିକ ଉପଗ୍ରହ ରହିଛି।

ରିସ୍ୟାଟ-୨ବିଆର୧ ହେଉଛି ଏକ ରାଡାର ଚିତ୍ରୋତଳନ କରୁଥିବା ଭୂ-ଅବଲୋକନ ଉପଗ୍ରହ ଯାହାର ଓଜନ ୬୨୮ କିଗ୍ରା। କୃଷି, ବନୀକରଣ ଓ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏହି ଉପଗ୍ରହ ସେବା ଯୋଗାଇ ଦେବ। ରିସ୍ୟାଟ-୨ବିଆର୧ର କାର୍ଯ୍ୟକାଳ ହେଉଛି ୫ ବର୍ଷ।

ଖୁବ ଅଳ୍ପ ସମୟ ମଧ୍ୟରେ ଅଭିଯାନକୁ ସଫଳ କରିଥିବାରୁ ଇସ୍ରୋ ଟିମକୁ ଡ. ଶିବନ ପ୍ରଶଂସା କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଇସ୍ରାଏଲ, ଇଟାଲୀ, ଜାପାନ ଓ ଆମେରିକାର ୯ଟି ବାଣିଜ୍ୟିକ ଉପଗ୍ରହକୁ ସେମାନଙ୍କ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ନ୍ୟୁ ସ୍ପେସ ଇଣ୍ଡିଆ ଲିଃ (ଏନଏସଆଇଏଲ) ସହ ବାଣିଜ୍ୟିକ ଚୁକ୍ତି ଅଧୀନରେ ଏହି ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି। ଏହା ପିଏସଏଲଭିର ୫୦ତମ ଅଭିଯାନ ହୋଇଥିବା ବେଳେ ଶ୍ରୀହରିକୋଟାରୁ ଏହା ହେଉଛି ୭୫ତମ ଉପଗ୍ରହ ଉତକ୍ଷେପଣ ଅଭିଯାନ। ୭ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପଗ୍ରହ ଉତକ୍ଷେପଣକୁ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.