Home ଓଡ଼ିଶା ଯୋଡା – ମକର ସଂକ୍ରାନ୍ତି ନିମନ୍ତେ ନୂତନ ବସ୍ତ୍ର ବଣ୍ଟନ

ଯୋଡା – ମକର ସଂକ୍ରାନ୍ତି ନିମନ୍ତେ ନୂତନ ବସ୍ତ୍ର ବଣ୍ଟନ

63

ଯୋଡା, ୧୪/୦୧ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ବିଜେଡି ଛାତ୍ର ସଭାପତି ଯୁଧିଷ୍ଠୀର ପଲେଇଙ୍କ ସହାୟତାରେ ଦେଓଝର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୨ଦିନ ଧରି ଗରିବ, ଅସହାୟ ବ୍ୟକ୍ତିମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ମକର ସଂକ୍ରାନ୍ତିକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଏଥିରେ କି ଗରିବ କି ଧନି ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଏହି ଉତ୍ସବକୁ ଯଥାବିଧି ପାଳନ କରିଥାନ୍ତି । କରୋନା କଟକଣା ଯୋଗୁଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ କାମଧନ୍ଦା ହରାଇ ଲୋକେ ଘରେ ବସିରହିଥିବା ବେଳେ ଏହି ମକର ପର୍ବଟି ସେମାନଙ୍କ ପାଇଁ ଫିକା ପଡିଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ନୂତନ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି । ଏଥିରେ ସରକାରୀ ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗମାନଙ୍କୁ ଏହି ବସ୍ତ୍ର ବଣ୍ଟନ କରାଯାଇଛି । ଏଥିରେ ପ୍ରାୟ ୬ଶହ ବୃଦ୍ଧାଙ୍କୁ ଶାଢୀ, ୨ଶହ ପୁରୁଷଙ୍କୁ ଲୁଙ୍ଗି ଏବଂ ପ୍ରାୟ ଦେଢ ଶହ ଦିବ୍ୟାଙ୍ଗଙ୍କୁ ପୋଷାକ ବିତରଣ କରାଯାଇଛି । ୨ଦିନ ଧରି ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ଦେଓଝର ପଞ୍ଚାୟତର ୭ଟି ଗ୍ରାମର ଅସହାୟ ବ୍ୟକ୍ତିମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟିରେ ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ନାଏକ ସରପଞ୍ଚ ସସ୍ମିତା ଆପଟ୍ଟ, ପାଣ୍ଡବ ନାଏକ, ଜନାର୍ଦ୍ଦନ ନାଏକ, ଶିବନାଥ ବାରିକ୍‌, ଧନୁର୍ଜୟ ପଲେଇ, ଗୋବିନ୍ଦ ମୁଣ୍ଡା, ବିଳାସୀ ନାଏକ, ଅର୍ଜୁନ ମୁଣ୍ଡା, ରାଧାକାନ୍ତ ପଣ୍ଡା, ରଣଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.