Home ଓଡ଼ିଶା ୧୪୪ ଧାରା ଜ।ରି ମକର ମହୋତ୍ସବ ଯାତ୍ରା ବନ୍ଦ

୧୪୪ ଧାରା ଜ।ରି ମକର ମହୋତ୍ସବ ଯାତ୍ରା ବନ୍ଦ

45

ନୟାଗଡ/୧୪/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ପୋଲିସ ପ୍ରଶାସନ ତରଫରୁ କୋଭିଡ୍ ଯୋଗୁଁ ମକର ଯାତ୍ରା ରେ ଭିଡ ସ୍ଥାନ ମାନଙ୍କରେ ୧୪୪ ଧାରା ଲାଗୁହେବା ଯୋଗୁଁ ମକର ଯାତ୍ରା ବନ୍ଦ ହୋଇଯାଇଥିବା ଜଣାପଡିଛି । ଯାତ୍ରା ପୀଠ ମାନଙ୍କରେ କେବଳ ଠାକୁର ଠାକୁରାଣୀ ଙ୍କର କେବଳ ନିତି କାନ୍ତି ମଧ୍ୟରେ ମକର ଉତ୍ସବ କୁ ସିମିତ ରଖାଯାଇଥିବା ଜଣାପଡିଛି । କେବଳ ଘରେ ଘରେ ମକର ଚାଉଳ ପୂଜା କରି ମକର ସଂକ୍ରାନ୍ତି ପାଳନ କରାଯାଇଥିବା ଜଣାପଡିଛି ।

ରଣପୁର ଜଗନ୍ନାଥ ମନ୍ଦିର ଓ ସମସ୍ତ ମଠ ମାନଙ୍କରେ ଠାକୁରଙ୍କ ନିକଟରେ କେବଳ ବିଧି କରାଯାଇ ମକର ଉତ୍ସବ କୁ ପାଳନ କରାଯାଇଅଛି । ରଣପୁର ଉପର ମଣିନାଗ ପୀଠ ରେ ପଣ୍ଡିତ ଗୋଦାବରିଶ ଶତପଥିଙ୍କ ଦ୍ୱାରା ସକାଳୁ ସୂର୍ଯ୍ୟ ପୂଜା କରାଯାଇଥିଲା । ପରେ ପରେ ମା ମଣିନାଗଙ୍କୁ ମକର ବେଶ କରାଯାଇ ମକର ଚାଉଳ ଭୋଗ କରାଯାଇଥିଲା । ଶ୍ୟାମଘନପୁର ଠାରେ ଥିବା ତାରିଣୀ ପୀଠ ଓ ରଣପୁର ବାଳ ମୁକୁଳି ପୀଠରେ ପ୍ରତି ବର୍ଷ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରା ଉପରେ ପୋଲିସ ର ୧୪୪ ଧାରା ଯାରି ଯୋଗୁଁ ସମ୍ପୁର୍ଣ୍ଣ ରୂପେ ଯାତ୍ରା ଠପ୍ ହୋଇଯାଇଛି । ଯାହାକୁ ନେଇ ମକର ପ୍ରେମୀ ଶଦ୍ଧାଳୁ ଭକ୍ତ ମାନଙ୍କ ମନରେ ଆଘାତ ଲାଗିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.