Home ଓଡ଼ିଶା ଯୋଡା- ଭୟାବହ ଅଗ୍ନିକାଣ୍ଡ, ଜଳୁଛି ବାୟୋ ଡିଜେଲ ପ୍ଲାଣ୍ଟ

ଯୋଡା- ଭୟାବହ ଅଗ୍ନିକାଣ୍ଡ, ଜଳୁଛି ବାୟୋ ଡିଜେଲ ପ୍ଲାଣ୍ଟ

61

ଯୋଡା,୨୬ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରଘୁଆଳ ସାହି ବାରିକ ଢାବା ନିକଟରେ ଏକ ପରିତ୍ୟକ ବାୟୋ ଡିଜେଲ ପ୍ଲାଣ୍ଟରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ରଘୁଆଳ ସାହି ନିକଟରେ ଛତିଶଗଡର ଏକ କମ୍ପାନୀ କିଛି ବର୍ଷ ପୂର୍ବେ ବାୟୋ ଡିଜେଲ ପ୍ରସ୍ତୁତ କରି ଫରନିସ୍ ନିମନ୍ତେ ବିଭିନ୍ନ କାରଖାନାକୁ ଯୋଗାଇଆସୁଥିଲେ । ସମ୍ପୃକ୍ତ କମ୍ପାନୀ ପରମେଶ୍ୱର ନାଏକ ନାମକ ଜଣେ ବ୍ୟକ୍ତିଙ୍କ ଚାଷ ଜମି ଭଡା ସୂତ୍ରରେ ନେଇ ଏହି ପ୍ଲାଣ୍ଟଟି ସ୍ଥାପନ କରିଥିବା ବେଳେ କୌଣସି କାରଣ ବଶତଃ କମ୍ପାନୀ ବିଫଳ ହେବାରୁ ସେ ପରିତ୍ୟକ୍ତ ଅବସ୍ଥାରେ ୭ଟି ବାୟୋ ଡିଜେଲ ଭର୍ତ୍ତି ଟ୍ୟାଙ୍କକୁ ଛାଡି କମ୍ପାନୀ ପଳାଇଥିଲା । ବାରମ୍ବାର ପରମେଶ୍ୱର ସେହି ଟ୍ୟାଙ୍କର ଗୁଡିକୁ ସେଠାରୁ ଖାଲି କରିବା ପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ତାଗିଦ କରିଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ଜାଗାର ଭଡା ଦେବା ତ ଦୂରର କଥା କେତେ ବର୍ଷ ହେବ ଏହି ଟ୍ୟାଙ୍କର ଗୁଡିକୁ ନେଇଯିବା ପାଇଁ କୌଣସି ବ୍ୟବସ୍ଥା କରିନଥିଲେ । ଫଳରେ ଶୁକ୍ରବାର ସନ୍ଧ୍ୟାରେ କୌଣସି ଦୁର୍ବୁତ୍ତ ଟ୍ୟାଙ୍କର ଗୁଡିକରୁ ଏହି ବାୟୋ ଡିଜେଲକୁ ଖୋଲିଦେଇ ସେଥିରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଏହି ଡିଜେଲର କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହାର ନିକଟସ୍ଥ ଗ୍ରାମ ସରାଶପଷି, ରାମଚନ୍ଦ୍ରପୁର, କୋଦଗାଡିଆ, ରଘୁଆଳ ସାହି, ନାରଦପୁର ଅଞ୍ଚଳରେ ଧୂଆଁର ଆସ୍ଥାରଣ ଖେଳିଯାଇଛି । ସରାଶପଷି ଗ୍ରାମରେ ଏହି ଧୂଆଁ ଯୋଗୁଁ ଲୋକେ ଘରେ ରହିପାରୁନଥିବା ଅଭିଯୋଗ କରୁଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ନିଆଁକୁ ଲିଭାଇବା ପାଇଁ କୌଣସି ପ୍ରୟାଶ କରାଯାଇନଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଏହି ନିଆଁକୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ଏହି ନିଆଁ ଏତେ ଭୟାବହ ଯେ, ନିକଟରେ ଥିବା ଗଛ ଗୁଡିକ ଜଳି ଯାଉଥିବା ସହିତ ଅନେକ ଚାଷ ଜମି ନଷ୍ଟ ହୋଇଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.