Home ଓଡ଼ିଶା ଯୋଡା – ଆନ୍ତଃରାଜ୍ୟ ଲୁହାପଥର ଚୋର ସକ୍ରିୟ, ୫ ଟ୍ରକ ଜବତ, ୨ ଗିରଫ

ଯୋଡା – ଆନ୍ତଃରାଜ୍ୟ ଲୁହାପଥର ଚୋର ସକ୍ରିୟ, ୫ ଟ୍ରକ ଜବତ, ୨ ଗିରଫ

88

ଯୋଡା,୨୬ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି ମଣ୍ଡଳରେ ଦିନକୁ ଦିନ ଲୁହାପଥର ଚୋରି ବଢିବାରେ ଲାଗିଛି । ଆନ୍ତଃରାଜ୍ୟ ଲୁହାପଥର ଚୋର ବେଶ ସକ୍ରିୟ ହୋଇପଡିଥିବା ଜଣାପଡିଛି । ବାରମ୍ବାର ଚଢୋଉ ପରେ ମଧ୍ୟ ଲୁହାପଥର ଚୋରା କାରବାରକୁ ରୋକାଯାଇପାରିନାହିଁ । ଗୁରୁବାର ବିଳମ୍ବିତ ରାତ୍ରୀରେ ବାଂଶପାଣି ଟୁଲଗେଟ ନିକଟରୁ ନାଗାଲାଣ୍ଡର ନମ୍ବର ଥିବା ୪ଟି ଟ୍ରଲର ଏବଂ ମୟୁରଭଞ୍ଜ ନମ୍ବର ଥିବା ଗୋଟିଏ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକକୁ ଯୋଡା ପୁଲିସ ଜବତ କରିବା ସହ ୨ଜଣ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ଚମ୍ପାରଙ୍ଗ ଜିଲ୍ଲାର ମଧୁଆ ଗ୍ରାମର କାଲେବର ୟାଦବ (୨୫), ଗୟା ଜିଲ୍ଲା ଧର୍ମବିଘାର ଆନନ୍ଦ କୁମାର (୨୧) । ତେବେ ଅନ୍ୟ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜବତ ଗାଡି ଗୁଡିକ ହେଲା ଓଡି୧୧ଏ-୯୭୧୯, ଏନ୍‌ଏଲ୍‌୦୨ଏନ୍‌-୨୪୪୨, ଏନ୍‌ଏଲ୍‌୦୧ଜି-୫୯୪୩, ଏନ୍‌ଏଲ୍‌୦୧ଏନ୍‌-୧୪୩୨, ଏନ୍‌ଏଲ୍‌୦୧ଜି-୯୬୭୧ । ତେବେ ଏହି ୪ଟି ଟ୍ରଲର ନାଗାଲାଣ୍ଡ ଅଞ୍ଚଳର ହୋଇଥିବାରୁ ଯୋଡା ଖଣି ମଣ୍ଡଳରୁ ଲୁହାପଥର ରାଜ୍ୟ ବାହାରକୁ ପ୍ରେରଣ କରାଯାଉଥିବା ସନ୍ଦେହ କରାଯାଉଛି । ଯୋଡା ଖଣି ମଣ୍ଡଳରେ ବାରମ୍ବାର ଜବତ ହେଉଥିବା ଅବୈଧ ଲୁହାପଥର ବୋଝେଇ ଟ୍ରକ ଗୁଡିକ ଅଧିକାଂଶ ଭାବେ ନାଗାଲାଣ୍ଡ ଅଞ୍ଚଳର ଦେଖିବାକୁ ମିଳୁଥିବା ବେଳେ ଏହି ଚୋରାକାରବାର ପଛରେ ଏକ ଆନ୍ତଃରାଜ୍ୟ ଲୁହାପଥର ଚୋରା କାରବାର ର‌୍ୟାକେଟ କାମ କରୁଥିବା ଅନୁମାନ କରାଯାଉଛି । ଏହି ଟ୍ରକ ଗୁଡିକ କେଏମ୍‌ସି ରାସ୍ତାର ଏକ ବନ୍ଦ ପୁରୁଣା କ୍ରସରରୁ ଗଚ୍ଛିତ ଲୁହାପଥର ବୋଝେଇ କରି ଝାରଖଣ୍ଡ ବାଟଦେଇ କୌଣସି କାରଖାନାକୁ ଚୋରା ଚାଲାଣ ହେଉଥିବା ବିଶେସ ସୂତ୍ରରୁ ଜଣାପଡିଛି । ଜବତ ଲୁହାପଥର ଗୁଣ୍ଡର ପରିମାଣ ପ୍ରାୟ ୨ଶହ ଟନ୍ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି । ତେବେ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏହି ର‌୍ୟାକେଟର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଖବ୍ ଶୀଘ୍ର ଗିରଫ କରାଯିବା ସହି ଏହି ର‌୍ୟାକେଟ ସମ୍ବନ୍ଧରେ ସବିଶେଷ ବିବରଣୀ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.