Home ଓଡ଼ିଶା ଯୋଡାରେ ଜିଲ୍ଲାପାଳଙ୍କ ସଂଗରୋଧ କେନ୍ଦ୍ର ତଦାରଖ

ଯୋଡାରେ ଜିଲ୍ଲାପାଳଙ୍କ ସଂଗରୋଧ କେନ୍ଦ୍ର ତଦାରଖ

158

ଯୋଡା, ୩୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ଦିନ କେନ୍ଦୁଝର ଜିଲ୍ଲାପାଳ ଆଶିଶ ଠାକ୍‌ରେ ଯୋଡା ପୌରପାଳିକା ଏବଂ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ର ମାନ ତଦାରଖ କରି ଫେରିଥିବା ଜଣାପଡିଛି । ଯୋଡା ପୌରାଞ୍ଚଳରେ ଅବସ୍ଥିତ ୪ଟି କେନ୍ଦ୍ରକୁ ପରିଦର୍ଶନ କରି ଏଥିରେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସମସ୍ତ ସୁବିଧାର ଅନୁଧ୍ୟାନ କରିଥିଲେ । ଏ ସଂକ୍ରାନ୍ତରେ ଯୋଡା ପୌରପାଳିକା ଏବଂ ବ୍ଲକ କାର‌୍ୟ୍ୟାଳୟରେ ଦୁଇଟି ପୃଥକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ବଡବିଲ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ, ପୌରପାଳିକା ନିର୍ବାହୀ ଅଧିକାରୀ ସୂର‌୍ୟ୍ୟମଣୀ ପାଟ୍ଟଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ନାଏକ ଏବଂ ପୌରପାଳିକାର ସମସ୍ତ କର୍ମଚାରୀ ଓ ବ୍ଲକର କର୍ମଚାରୀ ଉପସ୍ଥିତ ରହିଥିଲେ । ମଙ୍ଗଳବାର ଠାରୁ ରାଜ୍ୟ ବାହାରୁ ଆସିଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଏହି ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ପୌରପାଳିକା ପକ୍ଷରୁ ସହରରେ ଥିବା ୧୩ ଜଣ ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କମାରଯୋଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆହାର କେନ୍ଦ୍ରରେ ଥଇଥାନ କରାଯିବ ସହିତ ସେମାନଙ୍କ ଖାଦ୍ୟ ପେୟ ର ବ୍ୟବସ୍ଥା କରାଯାଇଛଇ । ବିଭିନ୍ନ ଠିକା ସଂସ୍ଥାରେ କାର‌୍ୟ୍ୟରତ ମୁର୍ସିଦାବାଦ, ବିହାର, ଝାରଖଣ୍ଡ ଅଞ୍ଚଳର ଶ୍ରମିକମାନେ ରବିବାର ଦିନ ସନ୍ଧ୍ୟାରେ ଲୁଚି ପଳାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଏହି କେନ୍ଦ୍ରରେ ରଖାଯିବା ସହିତ ସେମାନଙ୍କର ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ତେବେ ଯୋଡା ସହରରେ ଦିନ ମଜୁରିଆ ଭାବେ କାର‌୍ୟ୍ୟରତ ଶହ ଶହ ସଂଖ୍ୟାରେ ଶ୍ରମିକ କାମଧନ୍ଦା ହରାଇ ଏବେ ଆରô୍ଥକ ଦୁର୍ଗତିର ସମ୍ମୁଖିନ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦିଆନଗଲେ ପରିସ୍ଥିତି ସଙ୍ଗିନ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.