Home ଓଡ଼ିଶା ଯୋଡା : ପାହାଡ ଉପରେ ଚଢିଲେ ମିଳେ ନେଟୱର୍କ, ରାଜସ୍ୱ ସଂଗ୍ରହରେ ଅଗ୍ରଣୀ, ମିଳୁନାହିଁ ମୋବାଇଲ...

ଯୋଡା : ପାହାଡ ଉପରେ ଚଢିଲେ ମିଳେ ନେଟୱର୍କ, ରାଜସ୍ୱ ସଂଗ୍ରହରେ ଅଗ୍ରଣୀ, ମିଳୁନାହିଁ ମୋବାଇଲ ସେବା

56

ଯୋଡା, ୨୯ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରାଜ୍ୟ ସରକାରଙ୍କ ରାଜକୋଷକୁ ସିଂଘଭାଗ ଅର୍ଥ ଦେଇ ସମୃଦ୍ଧ କରୁଥିବା ଯୋଡା ଖଣି କ୍ଷେତ୍ରରେ ଅଧିକାଂଶ ଖଣି ପ୍ରଭାବିତ ଅଞ୍ଚଳବାସୀ ମୋବାଇଲ ସେବା ପାଇବାରୁ ମଧ୍ୟ ବଞ୍ଚିତ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହୋଇଛି । ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ମୂର୍ଗାବେଡା ଠାରେ ଏହିପରି ଅନେକ ମୋବାଇଲ ସେବା ଅପହଞ୍ଚ ଇଲାକା ଦେଖିବାକୁ ମିଳିଥାଏ । ସେଗୁଡିକ ମଧ୍ୟରେ ୧ନଂ ୱାର୍ଡ ଠାକୁରଣୀ, ୮ନଂ ୱାର୍ଡ ମୂର୍ଗାବେଡା, ୯ନଂ ଦାଲାଦରି ୱାର୍ଡ ପ୍ରଭୁତି ଅନେକ ଗ୍ରାମରେ ଏହି ଅସୁବିଧା ଦେଖାଦେଇଥାଏ । ଫଳରେ ଏହି ଆଧୁନୀକ ଯୁଗରେ ମଧ୍ୟ ଲୋକେ ମୋବାଇଲ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । କରୋନା କଟକଣା ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଗତ ୨୬ ତାରିଖ ଠାରୁ କେବଳ ଦଶମ ଏବଂ +୨ ବିଦ୍ୟାଳୟ ଗୁଡିକ ଖୋଲା ଯାଇଛି । ଅନ୍ୟ ବିଦ୍ୟାଳୟ ଗୁଡିକରେ ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ ଜାରି ରହିଛି । ତେବେ ଏଠାରେ ନେଟୱାର୍କ ସେବା ନଥିବାରୁ ପିଲାମାନେ ମୋବାଇଲ ଯୋଗେ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି ନେଟୱାର୍କର ସନ୍ଧାନରେ ପିଲାମାନେ ଦଳ ଦଳ ହୋଇ ଜଙ୍ଗଲ ରାସ୍ତା ଦେଇ ପାହାଡ ଉପରେ ଚଢି ପାଠପଢିବାକୁ ବାଧ୍ୟ ହେଉଛନ୍ତି । ଏହା ଝାଡଖଣ୍ଡ-ଓଡିଶା ସିମାନ୍ତ ଅଞ୍ଚଳ ହୋଇଥିବା ବେଳେ ପାହାଡ ଉପରେ ଚଢିଲେ ଉଭୟ ରାଜ୍ୟର ଦୁର୍ବଳ ମୋବାଇଲ ସେବା ମିଳିଥାଏ । ଏ ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ଏହି ସେବା ଯୋଗାଇଦିଆଯାଇନାହିଁ । ବିଶେଷ ସୂତ୍ରରୁ ଜଣାପଡିଛି ଏହି ଅଞ୍ଚଳରେ ଅନେକ ଖଣି ଏବଂ ଶିଳ୍ପ ସଂସ୍ଥା ରହିଥିବା ବେଳେ କେତେକ ଅସାଧୁ ସଂସ୍ଥା ଲୁହାପଥର ଚୋରା କାରବାର ନେଇ ମୋବାଇଲ ନେଟୱାର୍କ ସେବା ନରହିବା ସେମାନଙ୍କ ପାଇଁ ବରଦାନ ପାଲଟିଛି । ତେଣୁ ବିଭିନ୍ନ ସଂସ୍ଥା ୱାକିଟକି ମାଧ୍ୟମରେ ପରସ୍ପର ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ ଏହି ମୋବାଇଲ ସେବାକୁ ପରୋକ୍ଷରେ ସେମାନେ ବିରୋଧ କରିଥାନ୍ତି । ଦେଓଝର ପଞ୍ଚାୟତରେ ରହିଛି ଟାଟା ଷ୍ଟିଲଙ୍କ କାଟାମାଟି ଲୌହ ଖଣି, ଡିଆର ପଟ୍ଟନାୟକ, ମା ତାରିଣୀ ମିନେରାଲ୍ସ, ମିତ୍ତଲ, ସାରଦା ଏହିପରି ଅନେକ ଛୋଟ ବଡ ଖଣି ସହିତ ଜିନ୍ଦଲ କମ୍ପାନୀର ବୃହତ୍ତ ପିଲେଟ କାରଖାନା ଅବସ୍ଥିତ । ମୋବାଇଲ ସେବା ଯୋଗାଉଥିବା ବିଭିନ୍ନ କମ୍ପାନୀ ଏ ଅଞ୍ଚଳ ସେର୍ବକ୍ଷଣ କରି ସ୍ଥାନ ଚିହ୍ନଟ କରି ଫେରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନଥିବା ୨୮ନଂ ଜୋନ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବୀର ନାଏକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.