Home ଓଡ଼ିଶା ରଣପୁରଗଡ ଗ୍ରାମ ଦେବତୀ ଜାଗେଶ୍ୱରୀ ମନ୍ଦିର ଉନ୍ନତି କରଣ କେବେ  

ରଣପୁରଗଡ ଗ୍ରାମ ଦେବତୀ ଜାଗେଶ୍ୱରୀ ମନ୍ଦିର ଉନ୍ନତି କରଣ କେବେ  

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୯/୦୭- ସାରା ରାଜ୍ୟ ରେ ପ୍ରତ୍ୟେକ ଶୁଭ କାର‌୍ୟ୍ୟ ପୁର୍ବରୁ ଗ୍ରାମ ଦେବୀ ଙ୍କୁ ମାର୍ଜନା କରାଯାଇଥାଏ । ସେହିଭଳି ଭାବରେ ରଣପୁର ଜଗନ୍ନାଥ ମନ୍ଦିର ରେ ବାରମାସ ରେ ତେର ଯାତ୍ରା ମଧ୍ୟ ରୁ ରୁକ୍ମୁଣୀ ବିବାହ ପୁର୍ବରୁ ରଣପୁର ଜଗନ୍ନାଥ ମନ୍ଦିର ଦକ୍ଷିଣ ପାଶ୍ୱର୍ ରେ ଥିବା ମା ଜାଗେଶ୍ୱରୀ ମନ୍ଦିର ରେ ମାର୍ଜ୍ଜନା କଲା ପରେ ରୁକ୍ମୁଣୀ ବିବାହ ଅନୁଷ୍ଠିତ ହୋଇଥାଏ । ରଣପୁରଗଡ ର ଶତକଡା ୯୦ ଭାଗ ବିବାହ ଉତ୍ସବ ପୁର୍ବରୁ ମହିଳା ମାନେ ଢୋଲ ବଜାଇ ନିତୀକାନ୍ତୀ ରେ ମା ଜାଗେଶ୍ୱରୀ ମନ୍ଦିର କୁ ଯାଇଥାନ୍ତି । ତା ପରେ ବିବାହ କାର‌୍ୟ୍ୟ ଅନୁଷ୍ଠିତ ହୋଇଥାଏ । ସେଭଳି ଠାକୁରାଣୀ ଙ୍କୁ ପରବର୍ତ୍ତୀ  ସମୟରେ ଲୋକମାନେ ଭୁଲି ଯାଇଥାନ୍ତି ।

ତାହାର ପ୍ରମାଣ ହେଉଛି ମା ଜାଗେଶ୍ୱରୀ ମନ୍ଦିର ଜରାଜିନ୍ନ ଅବହେଳିତ ଅବସ୍ତାରେ ପଡିରହିଛି । ଏ ସର୍ମ୍ପକେ ରଣପୁର ଜଗନ୍ନାଥ ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମା ଜାଗେଶ୍ୱରୀ ମନ୍ଦିର ଦେବୋତ୍ତର ବିଭାଗ ଅଧିନ ରେ ଯାଉନାହିଁ । ତେଣୁ ଏ ସର୍ମ୍ପକେ ରଣପୁର ଦେବୋତ୍ତର ବିଭାଗ ଅଧିକାରୀ ସ୍ଥାନୀୟ ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମା ଜାଗେଶ୍ୱରୀ ମନ୍ଦିର ଦେବୋତ୍ତର ବିଭାଗ ରେ ଯାଉନଥିବା ରୁ ଦେବୋତ୍ତର ବିଭାଗ ପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ ହୋଇ ପାରିବ ନାହିଁ । କିନ୍ତୁ ବିଧାୟକ ଙ୍କ ସହ ଆଲୋଚନା କରି କିଛି ପଦକ୍ଷେପ ନେବାପାଇଁ ଚିନ୍ତା କରିବା । ଏ ଭଳି ଅବହେଳିତ ମନ୍ଦିର ସୁରକ୍ଷା କଥା ଚିନ୍ତା କରିବା ନିହାତି ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.