Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

25

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଶିଶୁର ଶାରୀରିକ, ମାନସିକ ଓ ଭୌତିକ ବିକାଶରେ ସ୍ତନ୍ୟପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା’ ଉଦ୍ଦେଶ୍ୟରେ ଆଦାନୀ ଧାମରା ପୋର୍ଟର କର୍ପୋରେଟ ସାମାଜିକ ଦାୟିତ୍ୱର ଅଂଶବିଶେଷ ଆଦାନୀ ଫାଉଣ୍ଡେସନର ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଆଦାନୀ ଧାମରା ପୋର୍ଟର ସୁପୋଷଣ ପ୍ରକଳ୍ପ ଅଧିନରେ ପୋର୍ଟ ପାରିପାଶ୍ୱିର୍କ ଗ୍ରାମପଂଚାୟତର ମା’ ଏବଂ ମାତୃତ୍ୱ ଲାଭ କରିବାକୁ ଯାଉଥିବା ମହିଳାମାନଙ୍କୁ ନେଇ ଚଳିତ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ପରିବାରକୁ ପରାମର୍ଶ, ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ମାଧ୍ୟମରେ ସଚେତନତା, ‘ଧର୍‌ତୀ ମାତା କି ପୌଷ୍ଟିକ୍ ଥାଲି’ (ମା ଟି ମା’ର ପୁଷ୍ଟିକର ଥାଳି) ସମ୍ବନ୍ଧୀୟ ରୋଷେଇ ଶିକ୍ଷା, ସ୍ତନ୍ୟପାନର ଗୁରୁତ୍ୱ ଉପରେ ପୁରୁଷ ଗୋଷ୍ଠୀ ସହ ଦଳଗତ ଆଲୋଚନା, ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଦଳ ସହ ବୈଠକ, ସରକାରୀ ଅଧିକାରୀ, ହାତନିର୍ମିତ କାନ୍ଥ ପୋଷ୍ଟର, ସଙ୍ଗିନୀମାନଙ୍କ ମଧ୍ୟରେ ପୋଷ୍ଟର ଏବଂ ଗୀତ ପ୍ରତିଯୋଗିତା- ‘ଏକ ସୁସ୍ଥ ବିଶ୍ୱ ଗଠନରେ ସ୍ତନ୍ୟପାନକୁ ସମର୍ଥନ’ ବାର୍ତ୍ତାକୁ ବ୍ୟାପକ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟଧାରାକୁ ଏଥିରେ ଅଧିକ ପ୍ରୋତ୍ସାହିତ କରାଯାଇଥିଲା । ମାନସିକ ସ୍ୱାସ୍ଥ୍ୟ ସେବା ୟୁନିଟ ଓ ସଙ୍ଗିନୀ ମାଧ୍ୟମରେ ପୋର୍ଟ ପାଶ୍ୱର୍ବର୍ତ୍ତୀ ୭୬ ଗ୍ରାମର ୧୨୦୦ ଗର୍ଭବତୀ ଓ ସ୍ତନ୍ୟାପାନ କରାଉଥିବା ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.