Home ଓଡ଼ିଶା ଯୋଡା : ଓଲଟିଲା ପରିବା ଓ ମାଛ ବୋଝେଇ ଅଟୋ, ୪ ଗୁରୁତର

ଯୋଡା : ଓଲଟିଲା ପରିବା ଓ ମାଛ ବୋଝେଇ ଅଟୋ, ୪ ଗୁରୁତର

103

ାା ଯୋଡା, ୨୪/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମଙ୍ଗଳବାର ସକାଳ ପ୍ରାୟ ୮.୧୫ମି. ସମୟରେ ପରିବା ଏବଂ ମାଛ ବୋଝେଇ ଥିବା ଏକ ୪ ଚକିଆ ଅଟୋ ଭାରସାମ୍ୟ ହରାଇ ବଡବିଲ କଲେଜ ନିକଟରେ ଓଲଟି ପଡିବା ଫଳରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କାଟପର୍ଣ୍ଣ ଥିବାରୁ ସେମାନଙ୍କୁ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ କେନ୍ଦୁଝରସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ସେମାନେ ହେଲେ ବଡବିଲ ନିୟୁ ମାର୍କେଟ ଅଞ୍ଚଳର କିରଣ କୈବତ୍ୟ ଓ ରୋଶନ ଠାକୁର ଅନ୍ୟ ୨ ଆହତ ହେଲେ ଭାଗିରଥି କୈବତ୍ୟ ଓ ଆକାଶ କୈବତ୍ୟ । ସେମାନଙ୍କୁ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ମଙ୍ଗଳବାର ସକାଳେ ଓଡି-୦୯ଜି-୮୦୫୦ ନମ୍ବର ଥିବା ଏକ ୪ ଚକିଆ ଅଟୋରେ ବଡବିଲ ନିୟୁ ମାର୍କେଟ ଅଞ୍ଚଳର କିଛି ବ୍ୟବସାୟି ପରିବାର ଓ ମାଛ ବୋଝେଇ କରି ଜୁରୁଡି ହାଟକୁ ବେପାର କରିବାକୁ ଯାଉଥିଲେ । ତେବେ ଅଟୋଟି କିଛି ବାଟ ଯିବା ପରେ ବଡବିଲ- ଭଦ୍ରାସାହୀ ରାଜ୍ୟରାଜପଥର ବଡବିଲ କଲେଜ ନିକଟରେ ଭାରସାମ୍ୟ ହରାଇ ତଳକୁ ଓଲଟି ପଡିଥିଲା । ଆହତ ୪ଜଣ ଏହି ଅଟୋ ପଛରୋ ବସିଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ, ବଡବିଲ ଆର.ଟି.ଓ. ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଗାଡି ମୋଟର ଯାଞ୍ଚ କରି ଜରିମାନା ଆଦାୟ କରୁଥିବା ବେଳେ ମାଲ ବୁହା ଗାଡିରେ ଯାତ୍ରୀ ପରିବହନକୁ ବନ୍ଦ କରିପାରିନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.