Home ଓଡ଼ିଶା ଯୋଡା – ଟାଇମ୍ସ ଗୁରୁକୂଳର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଯୋଡା – ଟାଇମ୍ସ ଗୁରୁକୂଳର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

81

ାା ଯୋଡା, ୨୪/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶିକ୍ଷା ସହିତ କ୍ରିଡା ଛାତ୍ର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବହନ କରିଥାଏ । କ୍ରୀଡା ଛାତ୍ର ଛାତ୍ରୀଙ୍କୁ ସୁସ୍ଥ ରଖିବା ସହ ଉତ୍ତମ ଶିକ୍ଷା ଗ୍ରହଣ କରି ଜଣେ ସୁନାଗରିକ ଭାବେ ନିଜକୁ ଗଢି ତୋଳିବା ପାଇଁ ସହାୟକ ହୋଇଥାଏ । ଶରୀର ସୁସ୍ଥ ରହିଲେ ଜଣେ ମାନଶୀକ ସ୍ଥରରେ ସୁସ୍ଥ ରହିଥାଏ । ସୁସ୍ଥ ରହିଲେ ଶିକ୍ଷା ଗ୍ରହଣ କରିବାରେ ଆଗ୍ରହ ସୃଷ୍ଟି ହୋଇଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । କ୍ରୀଡା ଦ୍ୱାରା ଶାରୀରିକ ବିକାଶ ଘଟିବା ସହିତ ଆତ୍ମବିଶ୍ୱାସ ଜାଗ୍ରତ କରିଥାଏ । ଟିମ୍ ୱାର୍କ, ନେତୃତ୍ୱ ନେବାର ଆଗ୍ରହ ସୃଷ୍ଟି କରିଥାଏ, ଭାଇଚାରା ର ଦକ୍ଷତା ବୃଦ୍ଧି କରିଥାଏ, ଶୃଙ୍ଖଳା ଶିକ୍ଷା ଦେଇଥାଏ, ଚିନ୍ତା ଶକ୍ତି ବୃଦ୍ଧି କରିଥାଏ, ନିଜର ଭବିଷ୍ୟତ ଗଠନ କରିବାରେ ଏହା ସହାୟକ ହୋଇଥାଏ, ନିଜ ଭିତରେ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ । ତେଣୁ ଶିକ୍ଷା ସହିତ କ୍ରୀଡା ଛାତ୍ର-ଛାତ୍ରୀ ମାନଙ୍କ ନିମନ୍ତେ ଅନିର୍ବାଜ୍ୟ ବୋଲି ମଙ୍ଗଳବାର ଅପରାହ୍ନରେ ପଶ୍ଚିମ ଯୋଡାସ୍ଥିତ ଭି.ଟି. ସେଣ୍ଟର ଖେଳ ପଡିଆଠାରେ ଆୟୋଜିତ ଯୋଡା ପୌରାଞ୍ଚଳ ଅନ୍ତର୍ଗତ ଟାଇମ୍ସ ଗୁରୁକୂଳର ବାର୍ଷିକ ଉତ୍ସବ ଉଦ୍ୟାପନି ଦିବସରେ ସାମ୍ବାଦିକ ପ୍ରକାଶ ମହାନ୍ତି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଉଷୁ ଖେଳାଳୀ ବାବୁଲୁ ମୁଣ୍ଡା, ବିଶିଷ୍ଟ ବ୍ୟବସାୟୀ ମୁକେଶ ସିଙ୍ଗାଣିଆ ଏବଂ ବିଦ୍ୟାଳୟର ସମ୍ପାଦକ ବିପିନ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ । ୧୪ ବର୍ଷର ବାଳକ ବାବୁଲୁ ମୁଣ୍ଡା ତାଙ୍କ ବକ୍ତବ୍ୟରେ ସେ ଏକ ଅକ୍ଷାତ ଗ୍ରାମରୁ ଯାଇ ଜିଲ୍ଲା, ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ଥରରେ ଉଷୁ ପ୍ରତିଯୋଗୀତାରେ ବିଜେତା ଭାବେ କିପରି ଖ୍ୟାତି ଅର୍ଜନ କରିଥିଲେ ଏବଂ ଅଳ୍ପ ବୟସରେ ତାଙ୍କର ଏହି ଦୁର୍ଗମ ଯାତ୍ରା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ବକ୍ତବ୍ୟରେ କହିଥିଲେ, ଯାହା ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ପ୍ରେରଣା ସଞ୍ଚାର କରିଥିଲା । ୨ଦିନ ବ୍ୟାପି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗୀତାରେ ବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରିୟା ମହାଳିକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଉତ୍ସବଟିକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଦୌଡ, ଉଚ୍ଚଡିଆଁ, ବ୍ୟାଡମିଣ୍ଟନ, ହାଇଜମ୍ପ, ଲଙ୍ଗ ଜମ୍ପ, ରିଲେ ରେସ୍, କ୍ରିକେଟ, କବାଡି ପ୍ରଭୁତି କ୍ରୀଡା ଅନୁଷ୍ଠିତ ହୋଇଥିଲା । ଏହାକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଦିବାଶିଷ ପରିଡା ଏବଂ ଭୋଳାନାଥ ବିହାରୀ କ୍ରୀଡା ପରିଚାଳନା କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ସଙ୍ଗିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ବିଜୟ ଲାଭ କରିଥିବା ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.