Home ଜିଲ୍ଲା ପରିକ୍ରମା ମାଷ୍ଟର୍ସ ଏଥେଲେଟିକ୍ସ ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା

ମାଷ୍ଟର୍ସ ଏଥେଲେଟିକ୍ସ ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା

165

ସମ୍ବଲପୁର ୨୪-୧୨ (ଓଡ଼ିଆ ପୁଅ) ସମ୍ବଲପୁର ମାଷ୍ଟର୍ସ ଏଥେଲେଟିକ୍ସ ଏସୋସିଏସନ ପକ୍ଷରୁ ଆଜି ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଠାରେ ୨୧ତମ ବାର୍ଷିକ ଦୈାଡ଼କୁଦ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏହାକୁ ବିର୍ଷିୟାନ କ୍ରୀଡ଼ାବିତ କିରଣ ଶଙ୍କର ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲାର ସତୁରୀରୁ ଉର୍ଦ୍ଧ୍ୱ ବର୍ଷିୟାନ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ ପୂର୍ବତନ ନଗରପାଳ ତଥା କ୍ରୀଡା ସଂଗଠକ ସଂଗ୍ରାମ କେଶରୀ ସାହାଣୀ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଗୋକୁଳ ଚନ୍ଦ୍ର ଦର୍ଜୀ, ଓମ ପ୍ରକାଶ ଶାଂଖୋଲିଆ, ଅଭୟ କୁମାର ହୋତା, ସୁରେନ୍ଦ୍ର ମୋହନ ପୁରୋହିତ ପ୍ରମୂଖ ଷାଠିଏ ଦଶକର ନାମକରା ଏଥେଲେଟ ମାନଙ୍କ ନୈପୁଣ୍ୟତାକୁ ଦର୍ଶକ ମାନେ ଉପଭୋଗ କରିଥିଲେ। ଡ଼. ବିଜୟ କୁମାର ପ୍ରଧାନ, ସଦାଶିବ ପୁରୋହିତ, ଅମୂଲ୍ୟ କୁମାର ମିଶ୍ର, ସୁବାସ ରାଉତ, ସୁକାନ୍ତ ବୋଷ, ଜଗବଂଧୁ ବେହେରା, ମନୋଜ ଭୋଇ, ସାହେବ ଖମାରୀ, ମଥୁରା ଓରାମ ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଲନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.