Home ଜିଲ୍ଲା ପରିକ୍ରମା ଯୋଗାଣ ଅଧିକାରୀଙ୍କ ବ୍ୟବହାରକୁ ନେଇ ବ୍ଲକରେ ଉତେଜନା

ଯୋଗାଣ ଅଧିକାରୀଙ୍କ ବ୍ୟବହାରକୁ ନେଇ ବ୍ଲକରେ ଉତେଜନା

1

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରି ପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ଦିବସ ପାଳନ କରାଯାଉଥିବାବେଳେ ଜନୈକ ବ୍ୟକ୍ତିଙ୍କ ପଡ଼ି କାର୍ଡ ତ୍ରୁଟି ସଂଶୋଧନ ପାଇଁ ଯୋଗାଣ ଅଧିକାରୀ ହିମାଂଶୁ ଦାସଙ୍କ ନିକଟରେ ଅଭିଯୋଗ କରୁଥିବା ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତା ବାବାଜୀ ଜେନାଙ୍କୁ ଦୁର୍ବ୍ୟବହାର କରିବାରୁ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ଅନ୍ୟ କେତେକ ମଧ୍ୟ ଯୋଗାଣ ଅଧିକାରୀଙ୍କ ବ୍ୟବହାରକୁ ନିନ୍ଦା କରିବା ସହ ତାଙ୍କୁ କାର୍ଯ୍ୟାଳୟରେ କବାଟ କିଳି ଦେଇଥିଲେ। ଖବର ପାଇ ବିଡିଓ ଦେବଦତ ଦାଶ, ବ୍ଲକ ଅଧ୍ୟକ୍ଷ ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ପ୍ରମୁଖ ଘଟଣାର ସମାଧାନ କରିଥିଲେ। ପଡ଼ିକାର୍ଡ ରେ ନାମ କଟାଯିବା ଓ ଯୋଗ କରାଯିବା ସହିତ ନୂତନ ପଡ଼ି କାର୍ଡ ପ୍ରସ୍ତୁତ ପାଇଁ ଅର୍ଥ କାରବାର ହେଉଥିବା, ବିଭାଗରେ ସ୍ୱଚ୍ଛତା ରହିବା ପରିବର୍ତେ ଦଲାଲ ମାନଙ୍କ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ କରି ଅନ୍ୟ ଅନେକ ଲୋକ ପାଟିତୁଣ୍ଡ କରିଥିଲେ। ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଉତେଜନା କମିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.