Home ଜିଲ୍ଲା ପରିକ୍ରମା ଯୁବ ଇଞ୍ଜିନିୟରଙ୍କର ଲିମକା ବୁକ ଅଫ ରେକର୍ଡ଼ସ, ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା

ଯୁବ ଇଞ୍ଜିନିୟରଙ୍କର ଲିମକା ବୁକ ଅଫ ରେକର୍ଡ଼ସ, ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା

44

ବାହାନଗା,୨୦ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଭାରତୀୟ ତଥା ପ୍ରଥମ ଓଡ଼ିଆ ଭାବେ ସର୍ବାଧିକ ବିଭିନ୍ନ ପ୍ରକାର ସାମାଜିକ ଉପକରଣ ପ୍ରସ୍ତୁତ କରି ଲିମକା ବୁକ ଅଫ ରେକର୍ଡ଼ସ କରିଛନ୍ତି । ସୂଚନା ଅନୁସାରେ ଡ. ଶ୍ରୀ ପଣ୍ଡା ଜଣେ ଯୁବ ଇଞ୍ଜିନିୟର । ବର୍ତ୍ତମାନ ବାଲିଆପାଳ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ । ସେ ପେଶାରେ ଇଞ୍ଜିନିୟର ହୋଇ ଥିଲେ ହେଁ ନିଶାରେ ସେ ସାମାଜି ଉପକରଣ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଉପକରଣ କରି ସେ ଗୋଟିଏ ପରେ ଗୋଟଏ ପକଳ୍ପ ଉଦଭାବନ କରି ଦଶ ହଜାରରୁ ଉର୍ଦ୍ଧ ସାମାଜିକ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ତା ସହ ୩୦ ହଜାରରୁ ଅଧିକ ଧାରଣା ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ତିଆରି କରିଛନ୍ତି । ତେବେ ଡ. ପଣ୍ଡା ନିଜ ଗ୍ରାମ ବାହାନଗା ସ୍ଥିତ ଇଚ୍ଛାପୁରରେ “ସ୍ରୋଷ୍ଟି” (ସୋସିଆଲ ଡେଭଲପମେଣ୍ଟ ରିସର୍ଚ ଅର୍ଗାନାଇଜେସନ ଫର ସାଇନସ, ଟେକନୋଲୋଜି ଏଣ୍ଡ ଇପ୍ଲିମେଣ୍ଟେସନ) ନାମରେ ଏକମ ସ୍ୱେଚ୍ଛାସେବୀ ଗବେଷଣା ଅନୁଷ୍ଠାନ କରିଛନ୍ତି । ଆଗରୁ ମଧ୍ୟ ବିଶ୍ୱସ୍ତରରେ ଇଣ୍ଡିଆନ ସାଇନସ୍ କଂଗ୍ରେସ ଏସୋସିଏସନ ରେ ସ୍ଥାନିତ ହୋଇ ସାରିଛନ୍ତି । ଥୋମାସ ଆଲଭା ଏଡିସନ ଅଫ ଇଣ୍ଡିଆ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ତେବେ ଏହି ସବୁ ପୁରସ୍କାର ପାଇ ସାରିବା ପରେ ସେ ଲିମକା ବୁକ ଅଫ ରେକର୍ଡସ ରେ ସ୍ଥାନ ପାଇଁ ଆବେଦନ କରି ଥିଲେ । ଆବେଦନ କରିବାର ଆଠ ମାସ ଭିତରେ ଏହି ରେକର୍ଡ଼ସରେ ସ୍ଥାନ ହାସଲ କରିଥିଲେ । ସେ ତାଙ୍କର ପ୍ରକଳ୍ପ ଅଭିଯାନ ୧୯୮୬ରୁ ଆରମ୍ଭ କରି ଦୀର୍ଘ ଦିନର ସାଧନା ପରେ ଗୋଟିଏ ପରେ ଗୋଟିଏ ସମ୍ମାନର ଅଧିକାରୀ ହୋଇ ଉଠିଛନ୍ତି । ଏବାବଦରେ ଡ. ପଣ୍ଡାଙ୍କୁ ପଚାରି ବାରୁ ସେ କହନ୍ତି ଏହା ଏକ ଗର୍ବ ୩୦ ବର୍ଷର ସାଧନା ପରେ ଏହି ସବୁ ରେକର୍ଡ଼ ଛାତ୍ରଛାତୀ ମାନଙ୍କର ପ୍ରେରଣା ସହ ଅଞ୍ଚଳବଳବାସୀଙ୍କର ଶୁଭେଚ୍ଛା ଓ ଗୁରୁଜନ ମାନଙ୍କର ଆର୍ଶିବାଦ ଫଳ ସ୍ୱରୁପ । ଆଗାମୀ ଫେବ୍ରୁଆରୀରେ ସେ ୩୦ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାର କହିଛନ୍ତି । ଏହା ପ୍ରଚାର ହେବା ପରେ ଛୁଟିଛି ବିଭିନ୍ନ ମହଲରୁ ଶୁଭେଚ୍ଛା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.