Home ଜିଲ୍ଲା ପରିକ୍ରମା ଯୁବତୀକୁ ଅଶ୍ଳୀଳ ଇଙ୍ଗିତ କରି ଉଠାଇନେବା ଉଦ୍ୟମ , ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ,...

ଯୁବତୀକୁ ଅଶ୍ଳୀଳ ଇଙ୍ଗିତ କରି ଉଠାଇନେବା ଉଦ୍ୟମ , ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ, ଜଣେ ଗିରଫ

126

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଫତେପୁର ପଂଚାୟତ ଅଧୀନ ନିଶ୍ଚନ୍ତପୁର ଗାଁରେ ଜନୈକା ଯୁବତୀଙ୍କୁ ୩ ଜଣ ଲଘୁ ସଂପ୍ରଦାୟର ଯୁବକ ଗାଁ ରାସ୍ତାରେ ଅଶ୍ଳୀଳ ଭାଷା ଇଙ୍ଗିତ କରି ଟଣାଓଟରା କରିବା ସହିତ ଉଠାଇନେବାକୁ ଚେଷ୍ଟା କରିବା ଏବଂ ସେଥିରେ ଯୁବତୀ ରାଜି ନହେବାରୁ ତାକୁ ଏସିଡ୍ ଢାଳି ଦେବାର ଧମକ ଦେଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ୩ ଜଣଙ୍କ ବିରୋଧରେ ମାମଲା କରିବା ସହ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏବଂ ଏତଲା ମୁତାବକ ପୁଲିସ୍ ଦଫାରେ କୋହଳ କରିଥିବା ନେଇ ପୀଡିତା ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାର ଚେତାବନୀ ଦିଆଯାଇଛି । ଅଭିଯୋଗ ମୁତାବକ ଅଲ୍ଲୀନଗର ଗାଁର ଅଭିଯୁକ୍ତ ସେକ୍ ନୁର କାଦିର ସ୍ଥାନୀୟ ଓରଡା ଗାଁର ନିଜ ବନ୍ଧୁଙ୍କ ଘରେ ରୁହନ୍ତି । ପ୍ରାୟ ଏକ ମାସ ହେଲା ସେ ନିଶ୍ଚନ୍ତପୁର ଗ୍ରାମର ଜନୈକା ଯୁବତୀ ପ୍ରତି ଖରାପ ନଜର ରଖିବା ସହିତ ଯିବାଆସିବା ବାଟରେ ତାକୁ ଫୋନ୍ ନମ୍ବର ମାଗିଥିଲେ । ମାତ୍ର ପୀଡିତା ରାଜି ନହେବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ଅଭିଯୁକ୍ତ । ଗତକାଲି ଅଭିଯୁକ୍ତ ସେକ୍ ନୁର କାଦିର ଓରଡା ଗାଁର ମୌଲବୀ ହପ୍ପି ସାହାବ ଓ ମିରହାବିଶଙ୍କ ସହ ଏକ ବାଇକ୍ ଯୋଗେ ଆସି ପୀଡିତାଙ୍କୁ ରାସ୍ତା ଉପରେ ନାନାଦି ଧମକ ଚମକ ଦେବା ସହିତ ଟଣାଓଟରା କରିଥିଲେ । ପୀଡିତା ଖସି ପଳେଇ ଯିବାରୁ ତାଙ୍କୁ ପ୍ରଥମେ ଉଠେଇ ନେବାକୁ ଉଦ୍ୟମ କରିଥିଲେ । ସେଥିରେ ବିଫଳ ହେବାରୁ ଅଭିଯୁକ୍ତ ଏସିଡ୍ ଢାଳି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ପୀଡିତା ଚିତ୍କାର କରିବାରୁ ସେ ଦୌଡି ପଳାଇବାର ଉଦ୍ୟମ କରିଥିଲେ ବି ଗ୍ରାମବାସୀମାନେ ସଂପୃକ୍ତ ଅଭିଯୁକ୍ତକୁ ଧରି ପୁଲିସ୍ ଜିମା ଦେଇଥିଲେ । ଏ ସଂପର୍କରେ ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପୀଡିତା ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ସେକ୍ ନୁର କାଦିରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.