Home ଜିଲ୍ଲା ପରିକ୍ରମା ଯୌତୁକ ନିର୍ଯ୍ୟାତନା : ମାଡମାରି ଶିଶୁପୁତ୍ର ସହ ସସ୍ମିତାକୁ ତଡିଦେଲା ସ୍ୱାମୀ

ଯୌତୁକ ନିର୍ଯ୍ୟାତନା : ମାଡମାରି ଶିଶୁପୁତ୍ର ସହ ସସ୍ମିତାକୁ ତଡିଦେଲା ସ୍ୱାମୀ

130

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ହରସିଂପୁର ପଂଚାୟତ ମାଣକାଣି ଗାଁର ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଅଧିକ ଯୌତୁକ ଦାବିରେ ମାଡ ମାରି ଏକବର୍ଷର ଶିଶୁପୁତ୍ର ସହିତ ଘରୁ ତଡି ଦେଇଥିବା ଭଳି ତଥ୍ୟ ପଦାକୁ ଆସିଛି । ପ୍ରାପ୍ତ ସୂଚନା ମୁତାବକ କାନପୁର ଗାଁର ସନାତନ ସାହୁଙ୍କ ଝିଅ ସସ୍ମିତା ସ୍ଥାନୀୟ ମାଣକାଣି ଗାଁର ତ୍ରିଲୋଚନ ସାହୁଙ୍କ ସହିତ ୨୦୧୮ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ସ୍ୱାମୀ ଏକା ମୋଟର ସାଇକେଲ୍ ଯୌତୁକ ଦାବି କରିଥିଲେ । ସସ୍ମିତାଙ୍କ ବାପଘର ତାହା ଦେଇପାରିନଥିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ପୂର୍ବରୁ ଭଦ୍ରଲୋକଙ୍କ ମାଧ୍ୟମରେ ତଥା ଥାନା ପରିସରରେ ଏହାର ଆପୋଷ ସମାଧାନ ମଧ୍ୟ ହୋଇଥିଲା । ହେଲେ ଦୁଇଦିନ ତଳେ ଘରୁ ତଡି ଦେଇଥିବା ନେଇ ନିର୍ଯ୍ୟାତିତ ସସ୍ମିତା ଥାନାରେ ଅଭିଯୋଗ କରିବା ସହିତ ଯୌତୁକ ରାକ୍ଷସ ସ୍ୱାମୀ ସମେତ ପରିବାର ଲୋକଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.