Home ଜିଲ୍ଲା ପରିକ୍ରମା ଯୌତୁକ ଲୋଭରେ ସ୍ତ୍ରୀର ଗର୍ଭପାତ ଓ ହତ୍ୟା ଉଦ୍ୟମ ଅଭିଯୋଗ

ଯୌତୁକ ଲୋଭରେ ସ୍ତ୍ରୀର ଗର୍ଭପାତ ଓ ହତ୍ୟା ଉଦ୍ୟମ ଅଭିଯୋଗ

119

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ ସେଣ୍ଢିଆ ଗ୍ରାମର ଯୌତୁକ ଜନିତ ବଧୁହତ୍ୟା ଉଦ୍ୟମ ଅଭିଯୋଗ ଆସିଛି । ଏହି ଗ୍ରାମର ରମାକାନ୍ତ ମିଶ୍ରଙ୍କ ପୁଅ ସୁଧାଂଶୁ ଶେଖରଙ୍କୁ ଗତ ଫେବୃୟାରୀ ମାସ ୪ ତାରିଖରେ ନାନ୍ଦପୁର ଅଂଚଳର ସୁଦାମ ପଣ୍ଡାଙ୍କ ଝିଅ ସରୋଜିନୀ ବିବାହ କରିଥିଲେ । ସରୋଜିନୀଙ୍କୁ ବିବାହର ଦୁଇମାସ ପରେ ଅଧିକ ଏକଲକ୍ଷ ଯୌତୁକ ଦାବୀ କରି ସ୍ୱାମୀ, ଦିଅର, ଶାଶୁ ଓ ଶ୍ୱଶୁର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଇତିମଧ୍ୟରେ ସୁଦାମ ଏକ ହୋଣ୍ଡା ସ୍କୁଟି କିଣି ଜ୍ୱାଇଁଙ୍କୁ ଦେଇଥିଲେ । ତଥାପି ମନ ମାନିଲା ନାହିଁ । ନିର୍ଯ୍ୟାତନା ଚରମ ସୀମାରେ ପହଞ୍ôଚଲା । ପୁଣି ଅଧିକ ଏକଲକ୍ଷ ଟଙ୍କା ଦାବି କରି ସରୋଜିନୀକୁ ଦିଅର ସୁଧୀର ଲୁହାରଡ୍‌ରେ ପିଟିବାରୁ ସେ ଗୁରୁତର ହୋଇଥିଲେ । ଏମିତିକି ଦିଅର ସୁଧୀର ଭାଉଜ ସରୋଜିନୀକୁ ଅଶ୍ଳୀଳ ଇଙ୍ଗିତ କରିବାକୁ ପଛାଇ ନଥିବାର ଅଭିଯୋଗ ହୋଇଛି । ତେବେ ଖବର ପାଇ ବାପଘର ଲୋକେ ଝିଅ ସରୋଜିନୀକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏମିତିକି ତା ଶ୍ୱଶୁରଘର ଲୋକ ସରୋଜିନୀଙ୍କ ଗର୍ଭ ନଷ୍ଟ କରିଥିବା ବିଷୟ ପିତା ସୁଦାମ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍ କେବଳ ନାମକୁ ମାତ୍ର କେଶ୍ ନଂ ୨୦୫/୨୦ ମୂଳେ ମାମଲାଟିଏ ରୁଜୁ କରି ଚୁପ୍ ହୋଇବସିଛି ବୋଲି କନ୍ୟାପକ୍ଷ ଗଣମାଧ୍ୟମକୁ କହିଛନ୍ତି । ଏବଂ ଆଗାମୀ ଦିନରେ ସରୋଜିନୀଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ଦିଅରଙ୍କୁ ଗିରଫ କରାନଗଲେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.