Home ଜିଲ୍ଲା ପରିକ୍ରମା ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

20

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ଏକବୋଲା ଗ୍ରାମର ଯୁବକ ବିଶ୍ୱଜିତ ଓରଫ ବବୁଲ(୧୮) ବୁଧବାର ରାତ୍ରରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ବିଶ୍ୱଜିତ ସ୍ୱାଭାବିକ ଭାବେ ରାତ୍ର ଭୋଜନ ସହ ନିଜ କୋଠରୀରେ ଶୋଇଥିଲେ । ଗୁରୁବାର ସକାଳେ ବିଳମ୍ବ ପର୍ଯ୍ୟନ୍ତ କବାଟ ଖୋଲିନଥିଲେ । ଏଥବରେ ସନ୍ଦେହ ପ୍ରକାଶ କରି ପରିବାର ଲୋକେ କବାଟ ଖୋଲି ବିଶ୍ୱଜିତ ଝୁଲୁଥିବା ଦେଖିଥିଲେ । ପୁଲିସ ଉପସ୍ଥିତିରେ ଫ୍ୟାନ କ୍ଲାମ୍ପରେ ଶାଢୀବାନ୍ଧି ଝୁଲୁଥିବା ଅବସ୍ଥାରେ ବିଶ୍ୱଜିତକୁ ଉଦ୍ଧାର କରାଯାଇଥିଲା । ଥାନାରେ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ବିଶ୍ୱଜିତ ପିତାଙ୍କ ଠାରୁ ଟିଭି ମରାମତି ଶିକ୍ଷା କରିଥିଲେ । ଆଖପାଖ ଅଞ୍ଚଳରେ ଜଣାଶୁଣା ଟିଭି ମେକାନିକ ଭାବେ ପରିଚିତି ହାସଲ କରିଥିଲେ । ସବୁ କିଛି ସ୍ୱାଭାବିକ ଥିବା ବେଳେ ବିଶ୍ୱଜିତଙ୍କ ଏଭଳି କାର୍ଯ୍ୟ ପରିବାର ଲୋକଙ୍କୁ ହତଚକିତ କରିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବିଶ୍ୱଜିତଙ୍କ ମୃତ୍ୟୁ ଯୋଗୁ ଗ୍ରାମରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.