Home ଜିଲ୍ଲା ପରିକ୍ରମା ମାଳଦା ବ୍ଲକର ସବୁଠୁ ଦୁର୍ନୀତିଗ୍ରସ୍ତ ପଞ୍ଚାୟତ-ବଦ୍ରୀ, ବିଜେପିର ଭଷ୍ଟାଚାର ବିରୋଧି ପଞ୍ଚାୟତସ୍ତରୀୟ ସମାବେଶ

ମାଳଦା ବ୍ଲକର ସବୁଠୁ ଦୁର୍ନୀତିଗ୍ରସ୍ତ ପଞ୍ଚାୟତ-ବଦ୍ରୀ, ବିଜେପିର ଭଷ୍ଟାଚାର ବିରୋଧି ପଞ୍ଚାୟତସ୍ତରୀୟ ସମାବେଶ

16

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ୨୩ଟି ପଞ୍ଚାୟତ ମଧ୍ୟରୁ ମାଳଦା ପଞ୍ଚାୟତ ଦୁର୍ନୀତିରେ ଖୁବ ‘ନା’ କମେଇଛି । ଗତ ୫ ବର୍ଷ ମଧ୍ୟରେ ସବୁଠୁ ଅଧିକ ଦୁର୍ନୀତି ପଞ୍ଚାୟତ ଭାବେ ବ୍ଲକସ୍ତରରେ ମାନ୍ୟତା ପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଗାଣ ନାମରେ ହିତାଧିକାରୀଙ୍କ ଠାରୁ ୨୦ ହଜାର ପର୍ଯ୍ୟନ୍ତ ଲାଞ୍ଚ ଆଦାୟ କରାଯାଇଛି । ମାଳଦା ବଡ ପୋଖରୀ ପୁନରୁଦ୍ଧାର ନାମରେ ଗୋଟିଏ ପ୍ରକଳ୍ପର ପୁନଃପୁନଃ ବିଲ କରାଯାଇଛି । ଗୋଟିଏ ପ୍ରକଳ୍ପର ବହୁବାର ବିଲ କରାଯିବା ଉଦାହରଣ ମାଳଦାରେ ସବୁଠୁ ଆଗରେ ରହିଛି । ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଛି । ବ୍ଲକ ଅଫିସ ପିସି ନେଇ ସବୁ କଳାକୁ ଧଳା କରିଦେଉଛି । ରାସନ କାର୍ଡ ହିତାôଦକାରୀ ଚୟନ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ହିତାଧିକାରୀ ଚୟନରେ ବ୍ୟାପକ ଅନୀୟମିତତା କରାଯାଉଛି । ମାଳଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଆୟୋଜିତ ଭ୍ରଷ୍ଟାଚାର ବିରୋଧି ସମାବେଶରେ ଯୋଗଦେଇ ଦଳୀୟ ନେତା ବଦ୍ରୀନାରାୟଣ ଧଳ ଅଭିଯୋଗ କରିଛନ୍ତି । ଦଳର ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭ୍ରଷ୍ଟାଚାର ବିରୋଧି ପ୍ରତିବାଦ ସମାବେଶରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମାଳଦା ପ୍ରାକ୍ତନ ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ରହଣିଆ ସରପଞ୍ଚ ରଞ୍ଜନ କୁମାର ପରିଡା, ଅଜୟ ରାଉତ, ଦେବାଶିଷ ପଣ୍ଡା, ସତ୍ୟଜିତ ପାଣିଗ୍ରାହୀ, ସୁରେନ୍ଦ୍ର ଦାସ, ଅମୂଲ୍ୟ ସେଠୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଶିବାନୀ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାପତି ଅନୁସୂୟା ବାରିକ, ଲଳିତ ନାୟକ, ସୁରେଶ ପତି, ଅମ୍ଳାନ ବାରିକ, ରଶ୍ମିରଞ୍ଜନ ନାୟକ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ କର୍ମୀ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ସନା କରିଥିଲେ । ବିଭିନ୍ନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀମାନେ ଏହି ସମାବେଶରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.