Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ଉତ୍କର୍ଷ ପ୍ରଶିକ୍ଷଣ ଉଦ୍‌ଘାଟିତ

ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ଉତ୍କର୍ଷ ପ୍ରଶିକ୍ଷଣ ଉଦ୍‌ଘାଟିତ

20

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ଉତ୍କର୍ଷ ପ୍ରଶିକ୍ଷଣ ଜିଲ୍ଲା ସ୍କୁଲଠାରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅକ୍ରୁର ବାରିକ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷା ଓ ପ୍ରଶିକ୍ଷଣ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଏବଂ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର ଯାହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢୀ ଉକ୍ତ ଉତ୍ସବରେ ଯୋଗଦାନ କରି ଉତ୍କର୍ଷ କାର୍ଯ୍ୟକ୍ରମକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଡଃ ପ୍ରଫୁଲ୍ଲ କୁମାର ସାହୁ ଉତ୍କର୍ଷ ଓଡିଶା ସରକାରଙ୍କ ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧିର ଏକ ଅଭିନବ ଉପାୟ ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀ ଅଜୟ କୁମାର ମହାରଣା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବ୍ଲକରୁ ପ୍ରାୟ ୮୪ ଜଣ ପ୍ରଧାନ ଶିକ୍ଷକ ପ୍ରଶିକ୍ଷିତ ହୋଇଥିଲେ । ପ୍ରଥମ ଅଧିବେଶନରେ ପ୍ରଧାନଶିକ୍ଷକମାନେ ନିଜ ନିଜର ପରିଚୟ ପ୍ରଦାନ ସହିତ ଉତ୍କର୍ଷ ବାବଦରେ ସେମାନଙ୍କର ଅନୁଭୂତି ବ୍ୟକ୍ତ କରି ଏହାର ସଫଳ ରୂପାୟନ ପାଇଁ ମତ ରଖିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ମାଝୀ, ଭୀମ ଚରଣ ପରିଡା, ସମୀର ଚୌଧୁରୀ, ନରେନ୍ଦ୍ର ପ୍ରସାଦ ସାହୁ, ଉତ୍ତମ କୁମାର ବେହେରା, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ପାଣିଗ୍ରାହୀ, ରୀତାରାଣୀ ଦେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଉତ୍କର୍ଷର ଲକ୍ଷ୍ୟ, ଧାରା ଓ ପ୍ରଧାନଶିକ୍ଷକମାନଙ୍କ ଦାୟିତ୍ୱ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଧାନଶିକ୍ଷକ ଶ୍ରୀ ଅଜୟ କୁମାର ନନ୍ଦ, ଶ୍ରୀ ରମଣୀରଞ୍ଜନ ରାଉତ, ଶ୍ରୀ ନୃସିଂହ ଚରଣ ସାହୁ, ଶ୍ରୀମତୀ ଦୀପ୍ତିମୟୀ ସାହୁ ଓ ଶ୍ରୀ ରତିକାନ୍ତ ବେହେରା ପ୍ରମୁଖ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ମାନେ ସମସ୍ତ ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.