Home କେନ୍ଦୁଝର ଯୁବକଙ୍କୁ ଆକ୍ରମଣ ମାମଲାରେ ପୁଲିସ ନୀରବଦ୍ରଷ୍ଟା, ଆନ୍ଦୋଳନ ଚେତାବନୀ

ଯୁବକଙ୍କୁ ଆକ୍ରମଣ ମାମଲାରେ ପୁଲିସ ନୀରବଦ୍ରଷ୍ଟା, ଆନ୍ଦୋଳନ ଚେତାବନୀ

89

ହାଟଡିହି -୨୬ । ୮ : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ପ୍ରକାଶ ଯେ ନନ୍ଦିପଦା ଥାନା ସୁଲଣ ଗ୍ରାମରେ ପୁର୍ବ ବିବାଦକୁ ନେଇ ଦୁଇ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ କେସନଂ ୧୦୭ ତା ୧୪/୮/୨୦ରେ ଏକ ମାମଲା ରୁଜୁକରି ଚୁପ ହୋଇ ବସିଯାଇଛି । ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଯୁକ୍ତମାନେ ଖୁଲାମଖୁଲା ବୁଲୁଥିବାବେଳେ ବୋଲି ଆହତ କାଳନ୍ଦୀ ଚରଣ ମହାରଣା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ଅଗଷ୍ଟ୧୪ତାରିଖ ଦିନ ପ୍ରବଳ ବର୍ଷା ହେବାରୁ ଗାଁର କପିଳ ଓଝା, ତାଙ୍କ ପୁଅ ଭ୍ରମର ଓଝା, ମଙ୍ଗଳ ଓଝା, ଟେରା ଓଝା, ରଶ୍ମିତା ଓଝା ପ୍ରମୁଖ ଗାଁ ରାସ୍ତାକୁ ବନ୍ଧ ବାନ୍ଧି ପାଣିକୁ ଛାଡି ନଥିଲେ । ଏ ବାବଦରେ କାଳନ୍ଦି ମହାରଣା ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାଦେଖି କାଳନ୍ଦୀଙ୍କ ଭାଇ ଜଗବନ୍ଧୁ ଓ ତାଙ୍କ ପରିବାରର ସ୍ତ୍ରୀ ଲୋକମାନେ ଦଉଡି ଆସିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲେ । କାଳନ୍ଦୀ ଓ ଜଗବନ୍ଧୁ ରକ୍ତ ଯୁଡୁବୁଡୁ ହୋଇ ତଳେ ପଡିଥିବାବେଳେ ଗ୍ରାମବାସୀମାନେ ଦଉଡି ଆସିବାରୁ ସେମାନେ ଜୀବନରେ ମାରିଦେବାର ଧମକ ଚମକ ଦେଇ ଘରକୁ ପଳାଇଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରେ କାଳନ୍ଦୀ ଓ ଜଗବନ୍ଧୁଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ଜଗବନ୍ଧୁଙ୍କ ଅବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ କାଳନ୍ଦୀ ନନ୍ଦିପଦା ଥାନାରେ ୧୫ତାରିଖରେ ଅଭିଯୋଗ କରିଥିଲେ । ପୁଲିସ ନନ୍ଦିପଦା ଥାନା କେସନଂ ୧୦୭/୨୦୨୦ରେ ଦଫା ୩୪୧/୨୯୪/୩୨୩/୩୨୪/୩୫୪/୩୭୯/୫୦୬ ଓ ୩୪ଆଇପିସିରେ ଏକ ମାମଲା ରୁଜୁକରିଛି । ମାତ୍ର ଘଟଣାକୁ ୧୧ଦିନ ଅତିକ୍ରମ କରିଯାଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ତଦନ୍ତ କରିବାକୁ ଗାଁକୁ ଗଲାନାହିଁ ଓ ଅଭିଯୁକ୍ତ ମାନେ ଖୁଲାମଖୁଲା ବୁଲିବା ସହ ଧମକ ଚମକ ଦେଉଥିବା ନେଇ କାଳନ୍ଦୀ ଅଭିଯୋଗ କରିଛନ୍ତି । ସେ ଏ ସମ୍ପର୍କରେ ବାରମ୍ବାର ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଥିଲେବି ପୁଲିସ କୌଣସି ପଦକ୍ଷେପ ନେଉ ନଥିବାରୁ ସେ ଆନ୍ଦୋଳନାତ୍ମକ ପନ୍ଥା ଅପଣେଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନନ୍ଦିପଦା ଥାନା ଅଧିକାରୀଙକୁ ପଚାରିବାରେ ସେ ଷ୍ଟାଫ କମ ଥିବାରୁ ଓ କୋଭିଡ ଡ୍ୟୁଟି ଚାଲୁଥିବାରୁ ମାମଲା ତଦନ୍ତ କରିବାରେ ବିଳମ୍ବ ଘଟୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.