Home କୋରାପୁଟ ଯୁକ୍ତ୨ ବିଜ୍ଞାନ ଫଳ;ସୌମ୍ୟ ରଂଜନ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲା ଟପ୍ପର

ଯୁକ୍ତ୨ ବିଜ୍ଞାନ ଫଳ;ସୌମ୍ୟ ରଂଜନ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲା ଟପ୍ପର

1532

କୋରାପୁଟ ୦୩-୦୬-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ଯୁକ୍ତ ୨ ବିଜ୍ଞାନରେ କୋରାପୁଟ ଜିଲ୍ଲାରେ ଘରୋଇ କଲେଜ ଗୁଡିକର ପାସହାର ଆଗରେ ରହିଛି। କୋରାପୁଟସ୍ଥିତ ଟିସିଏସଟିର ଛାତ୍ର ସୌମ୍ୟ ରଂଜନ ରଥ ୮୮ ପ୍ରତିଶଦ ନମ୍ବର ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଟପ୍ପର ହୋଇଛନ୍ତି। ଟିସିଏସଟି କଲେଜରେ ମୋଟ ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୭୫, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୧୩ଜଣ ଉତୀର୍ଣ୍ଣ ହୋଇଛନ୍ତି। ସେହିପରି କୋରାପୁଟର ଅନ୍ୟତମ ଘରୋଇ କଲେଜ ବିଜ୍ଞାନ କଲେଜର ୧୬୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧରୁ ପ୍ରଥମ ଶ୍ରେଣୀରେ ୫୨, ଦ୍ୱିତୀୟ ଶ୍ରେଣୀରେ ୮୪ ଓ ତୃତୀୟ ଶ୍ରେଣୀରେ ୨୫ଜଣ ମୋଟ ୧୬୧ ପାସ କରିଛନ୍ତି। ଅନ୍ୟ ପକ୍ଷରେ ସରକାରୀ ଜୁନିଅର କଲେଜ କୋରାପୁଟର ୧୮୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭, ଦ୍ୱିତୀୟ ଶ୍ରେଣୀରେ ୧୩ ଓ ତୃତୀୟ ଶ୍ରେଣୀରେ ୪୬ଜଣ ପାସ କରିଥିବା ଜଣା ପଡିଛି। ଟିସିଏସଟିର ପାସହାର ୯୯.୧୯% ରହିଥିବା ବେଳେ ବିଜ୍ଞାନ କଲେଜର ପାସହାର ୯୭.୫୭% ରହିଥିବା ଜଣାପଡିଛି।କୋରାପୁଟ ସରକାରୀ କଲେଜର ପାସହାର ୩୫.୪୮ % ରହିଥିବାରୁ ଚିନ୍ତାର କାରଣ ହୋଇଯାଇଛି।କଣ ପାଇଁ ସରକାରୀ କଲେଜର ପାସହାର କମିଲା ତାହାର ତଦନ୍ତ ସାପେକ୍ଷ ଅଟେ।ବେସରକାରୀ କଲେଜ ଠାରୁ ସରକାରୀ କଲେଜରେ ଉଚ୍ଚଶିକ୍ଷିତ ତଥା ଉଚ୍ଚ ତାଲିମପ୍ରାପ୍ତ ଅଧ୍ୟାପକ ରହିଥିବା ବେଳେ କାହିଁକି ପାସହାର ବର୍ଷକୁ ବର୍ଷ କମୁଛି ତାହା ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.